?????

ମହିଳାଙ୍କୁ 10 ଲକ୍ଷ, ପୁରୁଷଙ୍କୁ 5 ଲକ୍ଷ ଟଙ୍କାର ବାର୍ଷିକ ଚିକିତ୍ସା ସୁବିଧା ମିଳିବ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଝାରସୁଗୁଡ଼ା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସ ଅବସରରେ ସ୍ମାର୍ଟ ହେଲଥ କାର୍ଡ ବ୍ୟବସ୍ଥା ଘୋଷଣା କରିଛନ୍ତି। ଏଥିରେ ରାଜ୍ୟ ସମେତ ଜାତୀୟ ଖାଦ୍ୟ ସୁରକ୍ଷା, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ଯୋଜନାର ହିତାଧିକାରୀ ଉପକୃତ ହେବେ। ଏହି ବ୍ୟବସ୍ଥାରେ ରାଜ୍ୟର ସାଢ଼େ ତିନି କୋଟି ସ୍ମାର୍ଟ ହେଲଥ କାର୍ଡ ପାଇବେ ବୋଲି ସରକାର କହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ରାଜ୍ୟରେ ପାଖାପାଖି 92 ଲକ୍ଷ 50 ହଜାର ପରିବାର ଏହି ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ପାଇବେ।

ଆସନ୍ତା 20ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାକୁ ଲୋକାର୍ପିତ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପ୍ରକାଶ କହିଛନ୍ତି। ଏହି ଯୋଜନାରେ ପ୍ରତି ବର୍ଷ ଚିକିତ୍ସା ପାଇଁ ପୁରୁଶ ମାନଙ୍କୁ 5 ଲକ୍ଷ ଏବଂ ମହିଳା ମାନଙ୍କୁ 10 ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ସୁବିଧା ମିଳିବ। ଏହି ସେବାର ଲାଭ ରାଜ୍ୟରେ ଥିବା ସମସ୍ତ ହସ୍ପିଟାଲ ଏବଂ ସରକାରୀ ମେଡିକାଲ କଲେଜରେ ମିଳିବ ବୋଲି ମନ୍ତ୍ରୀ ଦାସ କହିଛନ୍ତି। ଏହି କାର୍ଡରେ 64କେବିର ଏକ ଚିପ୍ ଲାଗିବ। ଯେଉଁଥିରେ ସଂପୃକ୍ତ ବ୍ୟକ୍ତିଙ୍କ ନାମ, ଠିକଣା, ଆଧାର କାର୍ଡ ନମ୍ୱର ଇତ୍ୟାଦି ରହିବ। ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଏହି ସୂଚନା ରହିଥିବ। ଲୋକମାନେ ଏହି କାର୍ଡକୁ ଦେଖାଇଲେ ଚିକିତ୍ସା ସେବା ପାଇପାରିବେ।
20 ତାରିଖରୁ ଏହି କାର୍ଡ ବଣ୍ଟାଯିବାକୁ ଥିବା ବେଳେ ସେପ୍ଟେମ୍ୱର ସୁଦ୍ଧା ଏହା ସମସ୍ତ ହିତାଧିକାରୀଙ୍କୁ ବାଣ୍ଟିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ରହିଛି। ତେବେ ଏହି ସେବା ପାଇବାରେ ଯେମିତି କୌଣସି ଅସୁବିଧା ନହୁଏ ସେଥିପାଇଁ ସରକାର ପ୍ରତ୍ୟେକ ଜିଲ୍ଲାରେ ସ୍ୱାସ୍ଥ୍ୟ ମିତ୍ର ନିଯୁକ୍ତ କରାଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଦାସ କହିଛନ୍ତି। ଏଥିସହିତ ମାଗଣା ଟୋଲ ଫ୍ରି ନମ୍ୱର 104 ଜାରି କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!