?????

ବୋର୍ଡ ନିର୍ଦ୍ଦେଶକ ଭାବରେ ବୈଠକରେ ସାମିଲ ହେଲେ ଟଙ୍କଧର ତ୍ରିପାଠୀ

ନୂଆଦିଲ୍ଲୀ: ରାଜ୍ୟ ବିଜେପିର ସମ୍ପାଦକ ଟଙ୍କଧର ତ୍ରିପାଠୀ ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବା ପରେ ପ୍ରଥମ ବୋର୍ଡ ବୈଠକରେ ସାମିଲ ହୋଇଛନ୍ତି । ଏହି ବୈଠକର ଅନେକ ଗୁରୁତ୍ତ୍ୱପୂର୍ଣ ବିଷୟ ଆଲୋଚନା କରାଯାଇଛି। କୋଇଲା ଉତ୍ପାଦନ, ନିଯୁକ୍ତି ଓ ଅନେକ ବିଷୟରେ ବହୁତ୍ ଗୁରୁତ୍ବ ସହିତ ଆଲୋଚନା କରାଯାଇଥିବା ସୂଚନା ରହିଛି ।

ଉଲ୍ଲେଖଯୋଗ୍ୟ, ନଭେମ୍ବର 6 ତାରିଖରେ ଟଙ୍କଧର ଏହି ପଦରେ ନିଯୁକ୍ତ ହୋଇଥିଲେ। ଅସ୍ଥାୟୀ ନିର୍ଦ୍ଦେଶକ ଭାବରେ ଟଙ୍କଧରଙ୍କ କାର୍ଯ୍ୟକାଳ 3 ବର୍ଷ ରହିଛି । ଏ ନେଇ ସରକାର ଏକ ବିଜ୍ଞପ୍ତି ଜାରି କରି ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ । ପଶ୍ଚିମ ଓଡ଼ିଶାରେ ଟଙ୍କଧର ବିଜେପିର ଜଣେ ପ୍ରମୁଖ ଚେହେରା ।

Related Articles

Leave a Reply

Back to top button
error: Content is protected !!