?????
ଗରିବଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଲା କଂଗ୍ରେସ

ଝାରସୁଗୁଡ଼ା: କରୋନା ମହାମାରୀ ବେଳେ ଅଭାବୀ ଏବଂ ଗରିବଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଛନ୍ତି କଂଗ୍ରେସ କର୍ମୀ। ଜିଲ୍ଲା କଂଗ୍ରେସ ତରଫରୁ ଏହି ଖାଦ୍ୟ ସାମଗ୍ରୀ ବଣ୍ଟା ହୋଇଛି। ଗୋଟିଏ ପ୍ୟାକେଟ କରି ଜିଲ୍ଲା ସଭାପତି ଭରତ ଅୱସ୍ଥିଙ୍କ ନେତୃତ୍ୱରେ ଗ୍ରୋସରୀ ବାଣ୍ଟିଥିଲେ କଂଗ୍ରେସ କର୍ମୀ। ଏହି ଗ୍ରୋସରୀ ପ୍ୟାକେଟରେ ଆଳୁ, ପିଆଜ ସମେତ ଅନ୍ୟାନ୍ୟ ସାମଗ୍ରୀ ରହିଛି।
ଜିଲ୍ଲାର ସାଧାରଣ ସମ୍ପାଦକ ମନୀଷ ବାଜପାଇ,ସମ୍ପାଦକ ସମିଦ ପଟେଲ , କୋଷାଧ୍ୟ୍ୟକ୍ଷ ବରୁଣ ଓଡାକା ଝାରସୁଗୁଡା ଟାଉନ ସଭାପତି ସଞ୍ଜୟ ମହାପାତ୍ର, ବେଲପାହାଡ ଟାଉନ ସଭାପତି ଭାସ୍କର ପଟେଲ, ରାଜେଶ ଶୁକ୍ଲା, ସାହାରୁକ, ନିକ୍କି, ବିକ୍ରମ, ଭାଗିରଥ ପାତ୍ରଙ୍କ ଦ୍ଵାରା ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।