?????

‘ନଭେମ୍ୱର ଯାଏ ସତର୍କ ରହିଲେ ତୃତୀୟ ଲହର ଆସିବନି’

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆମକୁ ନଭେମ୍ବର ଯାଏ ଅପେକ୍ଷା କରିବାକୁ ହେବ। ନଭେମ୍ୱର ଯାଏ ଯଦି ଆମେ ସମସ୍ତେ କରୋନା ନିୟମକୁ ମାନି ରହିବା ତାହେଲେ କରୋନା ସଂକ୍ରମଣର ତୃତୀୟ ଲହର ଆସିବ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହିତ ହୋଇଥିବା ବୈଠକରେ ଏପରି ମତ ପ୍ରକାଶ ପାଇଛି।

ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହିତ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ତୃତୀୟ ଲହର ପାଇଁ ସମୀକ୍ଷା ବୈଠକ ହୋଇଥିଲା। କରୋନାର ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ଏହି ବୈଠକରେ ଆଲୋଚନା ହୋଇଛି । ଯେଉଁଥିରେ କୁହାଯାଇଛି ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ରହିବାକୁ ହେବ। ରାଜ୍ୟରେ କରୋନାର ସଂକ୍ରମଣ କିଭଳି କମିବ ତାହା ଦେଖିବାକୁ ପଡିବ । ତାପାଇଁ ଟିକାକରଣ ଚାଲୁଛି, ସର୍ଭିଲାନ୍ସ ଚାଲୁଛି ଏବଂ ଶିଶୁଙ୍କ ଚିକିତ୍ସା ଉପରେ ଦିଆଯିବ ଗୁରତ୍ୱ। ଏଥିରେ 3ଟି ଜିନିଷ ଉପରେ ଗୁରୁତ୍ୱ ଦିଆଯାଉଛି।

ଚିକିତ୍ସା ଭିତ୍ତିଭୂମି, ଅକ୍ସିଜେନ ଏବଂ ତାଲିମ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଯଦି କଟକଣା ନ ମାନିବା ତେବେ ସଂକ୍ରମଣ ବଢିବାର ସମ୍ଭାବନା ଅଧୁକ ରହୁଛି। ଏହାକୁ ବ୍ରେକ କରିବାର ଗୋଟିଏ ବାଟ ହେଉଛି ମାକ୍ସ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାଇ ରଖନ୍ତୁ। ଆବଶ୍ୟକ ହେଲେ ବାହାରକୁ ଯାଆନ୍ତୁ, ଆବଶ୍ୟକତା ନଥିଲେ ଘରେ ରୁହନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।

Related Articles

Leave a Reply

Back to top button
error: Content is protected !!