?????

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ବିଧାୟକଙ୍କୁ ନବୀନଙ୍କ ଅପିଲ

ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନବୀନଙ୍କ ସମର୍ଥନ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ସବୁ ବିଧାୟକମାନଙ୍କୁ ନବୀନ କଲେ ଅପିଲ । ଟୁଇଟ୍ ଜରିଆରେ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ବିଦେଶରେ ଥିବା ସତ୍ତ୍ୱେ ସମର୍ଥନ ନେଇ ଘୋଷଣା କରିଛନ୍ତି  । ଏବଂ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସମର୍ଥନ କରିବା ନେଇ ନିବେଦନ କରିଛନ୍ତି  ।  ଓଡିଶା ପାଇଁ ଗୌରବାନିତ ମୂହୂର୍ତ୍ତ, ଆମ ମାଟିର ଝିଅ ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି  । ଏକଜାତୀୟ ରାଜନୀତିକ ମେଣ୍ଟ ପ୍ରାର୍ଥୀ ଘୋଷଣା କରିଥିବାବେଳେ ମାଟିର ଝିଅଙ୍କୁ ସମର୍ଥନ କରିବା  ।  ଦଳମତ ନିର୍ବିଶେଷରେ ଦ୍ରୌପଦୀଙ୍କୁ ସମସ୍ତ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଦ୍ରୈାପଦୀ ହେଉଛନ୍ତି ମୟୂରଭଞ୍ଜ ଅଞ୍ଚଳର ଆଦିବାସୀ ନେତ୍ରୀ, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ। କ୍ଷମତାସୀନ ଏନଡ଼ିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀଭାବେ ଘୋଷଣା କରିଛି। ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି ଭୋଟ ଗଣତିରୁ ସଙ୍କେତ ମିଳୁଛି।

ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନର ସର୍ବୋଚ୍ଚ ପଦବୀ ଲାଗି ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୈାପଦୀ ମୁର୍ମୁଙ୍କ ନାମ ଘୋଷଣା କରି ବିଜେପି ସମସ୍ତଙ୍କୁ ଚକିତ କରିଛି। ଯଦି ଶ୍ରୀମତି ମୁର୍ମୁ ରାଷ୍ଟ୍ରପତିି ଭାବେ ନିର୍ବାଚିତ ହୁଅନ୍ତି ତାହେଲେ ସେ ହେବେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି। ପୂର୍ବରୁ ଦେଶର ଚତୁର୍ଥ ରାଷ୍ଟ୍ରପତି ଭାବେ ଭି.ଭି ଗିରି ୧୯୬୯ ମସିହାରେ ନିର୍ବାଚିତ ହୋଇଥିଲେ। ଏବେ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୈାପଦୀ ମୁର୍ମୁଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦର ସୁଅ ଛୁଟୁଛି।

Related Articles

Leave a Reply

Back to top button
error: Content is protected !!