ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ନିର୍ଦ୍ଦେଶକ ହେଲେ ଟଙ୍କଧର ତ୍ରିପାଠୀ

0
166

ଝାରସୁଗୁଡା: ରାଜ୍ୟ ବିଜେପିର ସମ୍ପାଦକ ଟଙ୍କଧର ତ୍ରିପାଠୀ ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ନିର୍ଦ୍ଦେଶକ ଭାବେ ନିଯୁକ୍ତି ହୋଇଛନ୍ତି । ଅସ୍ଥାୟୀ ନିର୍ଦ୍ଦେଶକ ଭାବରେ ଟଙ୍କଧରଙ୍କ କାର୍ଯ୍ୟକାଳ 3 ବର୍ଷ ରହିଛି । କେନ୍ଦ୍ର ସରକାର ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଏ ନେଇ ସରକାର ଏକ ବିଜ୍ଞପ୍ତି ଜାରି କରି ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଅବଗତ କରାଇଛନ୍ତି । ପଶ୍ଚିମ ଓଡ଼ିଶାରେ ଟଙ୍କଧର ବିଜେପିର ଜଣେ ପ୍ରମୁଖ ଚେହେରା । ତାଙ୍କ ଏପରି ବଡ ଦାୟିତ୍ୱ ମିଳିବା ପରେ ଟଙ୍କଧରଙ୍କୁ ଅନେକ ନେତା ଶୁଭେଚ୍ଛା ଜଣାଇଛନ୍ତି।