?????

କରୋନା ପାଇଁ ପିଲାଙ୍କ ବତି ଘର ଶୂନ!

ଭୁବନେଶ୍ୱର: କରୋନା ପାଇଁ ସ୍କୁଲ ଦୀର୍ଘ ମାସ ବନ୍ଦ ରହିଥିଲା। ଏହାପରେ ଚଳିତ ବର୍ଷ ମେ ମାସ ପାଖରୁ ପ୍ରଥମେ ନବମ ଓ ଦଶମ ଶ୍ରେଣୀ ପରେ ପର୍ଯାୟକ୍ରମେ ସ୍କୁଲ ଗୁଡିକ ଖୋଲିବା ଆରମ୍ଭ କରିଛି । କିନ୍ତୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିନଥିଲା, ଯଦିଓ ଅନ୍ ଲାଇନ ପିଲାମାନେ ପାଠ ପଢୁଥିଲେ, ହେଲେ ଏହି ସମୟରେ ଶିଶୁଙ୍କ ଉପରେ ନିର୍ଯାତନା ବଢିଛି । ଏପରି ସୂଚନା ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସନ୍ଧ୍ୟାବତି ପ୍ରଧାନ ।
ସେ କହିଛନ୍ତି, କରୋନା ପାଇଁ ପ୍ରଥମରୁ ପଞ୍ଚମ ସ୍କୁଲ ଖୋଲିନାହିଁ । ଦୁଇ ବର୍ଷ ହେବ ସ୍କୁଲ ମାଡି ନାହାଁନ୍ତି ଛାତ୍ରଛାତ୍ରୀ। ସେମାନେ ଯେଉଁ ପାଠ ପଢ଼ିଥିଲେ ତାକୁ ସେମାନେ ସମ୍ପୂର୍ଣ୍ଣ ଭୁଲି ଗଲେଣି। ତେବେ ସ୍କୁଲ ବନ୍ଦ ଥିବାରୁ ଶିଶୁ ନିର୍ଯାତନା ବଢୁଛି। ଗରିବ ପିଲାମାନେ ଏହି ସମୟରେ ଭିକ୍ଷାବୃତ୍ତିରେ ନିୟୋଜିତ ହେଉଛନ୍ତି। ଆଉ ଡ୍ରଗ୍ସ ବ୍ୟବସାୟୀ ମାନେ ତାଙ୍କ ବେଆଇନ ସାମ୍ରାଜ୍ୟକୁ ଆଗକୁ ବଢାଇବା ପାଇଁ ଆର୍ଥିକ ଲୋଭ ଦେଖାଇ କୋମଳମତି ପିଲାଙ୍କୁ ଟାର୍ଗେଟ କରୁଛନ୍ତି । ସେହିପରି ରାଜ୍ୟରେ ବାଲ୍ୟବିବାହ ବଢିବା ଆଶଙ୍କା ଦେଖାଦେଇଛି । ଏହାର ସମାଧାନ ପାଇଁ ବିକଳ୍ପ ବ୍ୟବସ୍ଥା କରିବା ଦରକାର ବୋଲି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି।
ଗଣଶିକ୍ଷା ବିଭାଗ, ଓସେପା ଏବଂ ସବୁ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ମଗାଯିବ । ସ୍କୁଲ ଖୋଲିବା ପାଇଁ କଣ ପଦକ୍ଷେପ ନେଇଛନ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମତୀ ସନ୍ଧ୍ୟାବତୀ।
ସୂଚନାଯୋଗ୍ୟ, ଛୋଟ ପିଲାଙ୍କ ପାଇଁ କରୋନା ଟିକା ବ୍ୟବସ୍ଥା କରାଯାଇନି । ତେଣୁ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ଅନ୍ ଲାଇନ୍ ପାଠ ପଢ଼ା ଚାଲିଛି । ଜୀବନ ମୂଲ୍ୟବାନ ହୋଇଥିବାରୁ ସରକାର ଏ ଦିଗରେ ନିଜସ୍ୱ ମତ ରଖିବାରେ ପଛଘୁଞ୍ଚା ଦେଉଛନ୍ତି। ଯେଉଁ ସବୁ ସ୍କୁଲ ଖୋଲିଛି ସେଥିରେ ଜଣେ ଅଭିଭାବକ ଚାହିଁଲେ ପିଲାକୁ ସ୍କୁଲ ପଠାଇପାରିବ ନଚେତ ଘରେ ରହି ଅନ୍ ଲାଇନ୍ ପାଠ ପଢିପାରିବ। ସ୍କୁଲ ଆସିବାକୁ ସରକାର ବାଧ୍ୟ କରୁନାହାନ୍ତି ବୋଲି କୁହାଯାଇଛି।

Related Articles

Leave a Reply

Back to top button
error: Content is protected !!