ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ
ଝାରସୁଗୁଡା: କିର୍ମିରା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ପଂଚାୟତରେ ପଣ୍ଡିତ ଶ୍ରୀ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଝାରମୁଣ୍ଡା ପଂଚାୟତର ମାଲିବେଉଁରା ସ୍ଥିତ ହରଚଣ୍ଡୀ ମନ୍ଦିର ପ୍ରାଂଗଣରେ ବିଜେପି ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା । ମଣ୍ଡଳ ଉପ ସଭାପତି ଅମିତ ରଣାଙ୍କ ନେତୃତ୍ୱରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜଳନ କରାଯାଇଥିଲା । ଏହା ପରେ ବିଜେପି ଜିଲ୍ଲା ଉପ ସଭାପତି ନବଲ ଅଗ୍ରଓ୍ୱାଲ ଦୀନଦୟାଲ ଉପାଧ୍ୟାୟଙ୍କ ବିଷୟରେ ଉପସ୍ଥିତ ଲୋକଙ୍କୁ ସମ୍ୟକ ଧାରଣା ଦେଇଥିଲେ। ମଣ୍ଡଳ ଉପ ସଭାପତି ଅମିତ ରଣା ସଭା ପରିଚାଳନା କରିଥିବା ବେଳେ ସାଧାରଣ ସଂପାଦକ ଝସକେତନ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ।
କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗରେ ମନ୍ଦିର ପ୍ରାଂଗଣରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଉପ ସଭାପତି ନବଲ ଅଗ୍ରଓ୍ୱାଲ, ମଣ୍ଡଳ ଉପ ସଭାପତି ଅମିତ ରଣା, ସାଧାରଣ ସଂପାଦକ ପ୍ରଧାନ, ବରିଷ୍ଠ କର୍ମୀ ମାଂଗିଲାଲ ଡିଲା, କାର୍ଯକାରୀ ସଦସ୍ୟ ପବନ ଶର୍ମା, ଡିଲେ ପରୁଆ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର ପୂଜକ ନାଗର ଧାନ ଓ ମାଲିବେଉଁରା ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।