ମମିତାଙ୍କୁ ନ୍ୟାୟ ପାଇଁ ଦୀପାବଳି ଦିନ ଦୀପଟିଏ ଜଳାଇବାକୁ ବିଜେପିର ଆହ୍ୱାନ

0
404

ଭୁବନେଶ୍ୱର: ମମିତାକୁ ନ୍ୟାୟ ଦେବା ପାଇଁ ଦୀପାବଳିରେ ଘରେ ଦୀପ ଟିଏ ଜଳିବା ପାଇଁ ଆହ୍ୱାନ ଦେଲା ବିଜେପି । ହତ୍ୟାକାଣ୍ଡରେ ଦୋଷୀ ଓ ଷଡ଼ଯନ୍ତ୍ରକାରୀ ଦଣ୍ଡ ପାଇବା ପାଇଁ ଓଡିଶାବାସୀ ଓ ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହି ଘଟଣା ସାଢେ 4 କୋଟି ଓଡ଼ିଆଙ୍କୁ ଲଜ୍ଜିତ ଓ ମର୍ମାହତ କରିଛି। ମମିତାର ବାପା ଓ ମା ନ୍ୟାୟ ପାଇଁ ଲଢେଇ କରୁଛନ୍ତି । ସାରା ଓଡିଶା ମଧ୍ୟ 25 ଦିନ ହେବ ଲଢେଇ କରୁଛି । ତେଣୁ ଆସନ୍ତା ଗୁରୁବାର ଦୀପାବଳି ଦିନ ମମିତାର ଆତ୍ମାକୁ ଶାନ୍ତି ଓ ପରିବାରକୁ ନ୍ୟାୟ ପାଇଁ ଘରେ ଗୋଟିଏ ଦୀପ ଜଳିବା ପାଇଁ ଆହ୍ୱାନ କଲା ବିଜେପି । 1 କୋଟି ପରିବାରଙ୍କୁ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ଏନସିଆରବି ରିପୋର୍ଟ କହୁଛି, ଓଡିଶାରେ ମହିଳା ଦୁଷ୍କର୍ମ, ନିର୍ଯାତନା, ଏସିଡ଼ ଆଟାକ ବଢ଼ିଛି । ସାଇବର ଆଟାକ ବା ଡିସରୋବିଂ ମଧ୍ୟ ଗତ 7 ବର୍ଷ ହେଲା ବଢ଼ିଛି । ଗତ 5 ବର୍ଷ ଭିତରେ 27 ହଜାର ପିଲା ନିଖୋଜ ହୋଇଛନ୍ତି । ବିଜେଡ଼ି ଶାସନରେ ଓଡିଶାରେ ମହିଳା ବିପଦରେ ଅଛନ୍ତି । ଦିନକୁ 6ଟି ଦୁଷ୍କର୍ମ ହେଉଥିବା ବେଳେ 9ଟି ଅପହରଣ ହେଉଛି ।