?????

କରୋନାରେ ମୃତ ସାମ୍ୱାଦିକଙ୍କ ପରିବାରକୁ 15 ଲକ୍ଷ ଟଙ୍କାର ସହାୟତା ଦେଲେ ସରକାର

ଭୁବନେଶ୍ୱର: କୋଭିଡରେ ମୃତ୍ୟୁ ବରଣ କରିିଥିବା ସାମ୍ୱାଦିକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଭାବରେ ରାଜ୍ୟ ସରକାର 15 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2 କୋଟି 55 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଏହି ସୂଚନା ଦେଇଛି। ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ। କୋଭିଡ ମହାମାରୀ ବେଳେ ସାମ୍ୱାଦିକଙ୍କୁ ଫ୍ରଣ୍ଟ ଲାଇନ୍ ଯୋଦ୍ଧା ଭାବରେ ଘୋଷଣା କରିଥିଲେ ସରକାର। ସେତେବେଳେ ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।

ଯେତେବେଳେ କରୋନା ଭୟରେ ସମସ୍ତେ ଘରେ ନିଜକୁ ସୁରକ୍ଷିତ ରହୁଥିଲେ। ସେତେବେଳେ ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ସଫେଇ କର୍ମଚାରୀ ଏବଂ ସାମ୍ୱାଦିକ ଟିଏ ସବୁଦିନ ପରେ ନିଜର କର୍ତ୍ତବ୍ୟ ଜାରି ରଖିଥିଲା। କୋଭିଡର ଭୟ ଥିଲା କିନ୍ତୁ ଲୋକଙ୍କୁ ଏହି ଅଦୃଶ୍ୟ ଭାଇରସ ବାବଦରେ ସଚେତନ କରିବାକୁ ଯାଇ ଘରେ ବସି ଡିଜିଟାଲ ମିଡିଆରେ, ଖବର କାଗଜରେ ଏବଂ ଟିଭି ପରଦାରେ ଖବର ଦେଖୁଖିବା ତାର ଆଉ ଏକ ପରିବାରକୁ ସଚେତନ କରିବାକୁ ଭୟ ଭିତରେ ନିର୍ଭିକ ହୋଇ କାମ କରୁଥିଲା। କିନ୍ତୁ କୋଭିଡର ଶିକାର ହୋଇ ଅନେକ ସାମ୍ୱାଦିକ କର୍ମଭୂମିରୁ ବିଦାୟ ନେଇଛନ୍ତି।

ଯେଉଁ ସାମ୍ୱାଦିକ କୋଭିଡ କ୍ଷତିପୂରଣ ରାଶି ପାଇବେ ସେମାନେ ହେଲେ ମାନସ ଜୟପୁରିଆ (ଜି-ଓଡ଼ିଶା), ପ୍ରୀତିମାନ ମହାପାତ୍ର (ଟାଇମ୍ସ ଅଫ୍ ଇଣ୍ଡିଆ), ଗୋବିନ୍ଦ ବେହେରା (ନିଉଜ ୬), ପ୍ରଦୀପ କିଶୋର ସାହୁ (ସମ୍ବାଦ), ଭାନୁପ୍ରକାଶ ରଥ (ନକ୍ଷତ୍ର ନ୍ୟୁଜ), ପ୍ରଭାତ କୁମାର ରାଉତରାୟ (ଲୋକ ସଂପର୍କ), କିଶୋର ଚନ୍ଦ୍ର ଦାଶ (ସମାଜ), ନରେଶ କୁମାର ବେହେରା (ଓଡ଼ିଶା ଫାଇଲ୍ସ), ରତ୍ନାକର ମହାରଣା (କଳିଙ୍ଗ ଜ୍ୟୋତି),
ନୀଳୟ ରଂଜନ ପଟ୍ଟନାୟକ, କରୁଣାକର ସାହୁ (ଅନୁପମ ଭାରତ), ବସନ୍ତ ଦାସ (ଫ୍ରିଲାନ୍ସ ସାମ୍ବାଦିକ), ବିଜୟନ ଲକ୍ଷ୍ମୀ ମହାନ୍ତି (ଆଜିକାଲି),
ଶୁଭ୍ରାଂଶୁ ଶେଖର ମିଶ୍ର (ସମ୍ବାଦ), ଯତୀଶ ଚନ୍ଦ୍ର ଖମାରୀ (ସମ୍ବାଦ), କୈଳାଶ ଚନ୍ଦ୍ର ସାହୁ (ପ୍ରଗତିବାଦୀ), ଅଶୋକ କୁମାର ସାହୁ (ମଂଥନ).

Related Articles

Leave a Reply

Back to top button
error: Content is protected !!