ଝାରସୁଗୁଡ଼ା ପରିଦର୍ଶନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଚର ଏସ ମୁରଲୀଧର

0
75

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ପରିଦର୍ଶନ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର। ଏହି ଗସ୍ତ ସମୟରେ ଜିଲ୍ଲା ବାର ଆସୋସିଏସନ ମୁଖ୍ୟ ବିଚାରପତିଙ୍କୁ ଭେଟିଥିଲେ। ଜିଲ୍ଲା କୋର୍ଟରେ ଯେଉଁସବୁ ସମସ୍ୟା ରହିଛି ଏହି ଅବସରରେ ଆଇନଜୀବୀ ମାନେ ମୁଖ୍ୟ ବିଚାରପତିଙ୍କୁ ଜଣାଇଥିଲେ। ଜିଲ୍ଲା କୋର୍ଟରେ ଓକିଲଙ୍କ ପାଇଁ କୌଣସି ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ।  ଜିଲ୍ଲାରେ ଏକ ଫ୍ୟାମିଲି କୋର୍ଟ ସାଙ୍ଗକୁ ଭିଜିଲାନ୍ସ କୋର୍ଟ ଏବଂ ସମସ୍ତ ବ୍ଲକରେ ଥିବା କୋର୍ଟ ମାନଙ୍କରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ଓକିଲ ମାନେ ନ୍ୟାୟମୂର୍ତ୍ତିଙ୍କ ପାଖରେ ଦାବି କରିଛନ୍ତି।

ଝାରସୁଗୁଡା ଜିଲ୍ଲା ବାର ଆସୋସିଏସନର ସଭାପତି ଆଡଭୋକେଟ୍ ତ୍ରିନାଥ ଗୁଆଲ ଏ ନେଇ ପ୍ରତିକ୍ରିୟାରେ କହିଛନ୍ତି, ବିଚାରପତିଙ୍କୁ ସମସ୍ତ ଅଭିଯୋଗ ଏବଂ ଦାବି ବାବଦରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା କୋର୍ଟରେ ଲାଇବ୍ରେରୀ, ନୂଆ ବାର ହଲ୍ ଖୋଲିବାକୁ ଦାବି ହୋଇଛି।ସେହିପରି ଆମେ କିର୍ମିରା, ଲାଇକେରା ଆଦିରେ ଜେଏମଏଫସି କୋର୍ଟ ଖୋଲିବାକୁ ଦାବି କରାଯାଇଥିବା ସେ କହିଛନ୍ତି। ସେହିପରି ଲକ୍ଷ୍ନପୁର ନୂଆ କୋର୍ଟରେ ଓକିଲଙ୍କ ବସିବା ପାଇଁ ସ୍ଥାନ ନାହିଁ, ତେଣୁ ଆମେ ବାର୍ ହଲ୍ ଯୋଗାଇବାକୁ ମଧ୍ୟ ଦାବି କରାଯାଇଛି ବୋଲି ଆଡଭୋକେଟ୍ ତ୍ରିନାଥ ଗୁଆଲ କହିଛନ୍ତି।