?????

ରାଜ୍ୟ ସରକାର ଜାରି କଲେ ପୂଜା ଗାଇଡ୍ ଲାଇନ୍

ଭୁବନେଶ୍ୱର: ରାଜ୍ୟରେ ଖୋର୍ଦ୍ଦା, କଟକକେ ମୁଖ୍ୟତଃ କରୋନା ସଂକ୍ରମିତ ଅଧିକ ସକ୍ରିୟ ରହିଛି ହେଲେ ବାକି ଜିଲ୍ଲାରେ ସ୍ଥିତି କମ୍ ରହିଛି। ଏହାକୁ ଦେଖି ଆଗକୁ ଆସୁଥିବା ଗଣେଶ ପୂଜା ଏବଂ ଅନ୍ୟାନ୍ୟ ପୂଜାରେ ପୂର୍ବଭଳି ଦିଅଁକୁ ଶ୍ରଦ୍ଧାଳୁ ଦର୍ଶନ କରିବେ ବୋଲି ସମ୍ବାବନା ରହିଥିଲା। ହେଲେ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ ଲାଇନରେ ଏଭଳି କିଛି ବ୍ୟବସ୍ଥା ନାହିଁ। କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ରାଜ୍ୟ ସରକାର ଗଣେଶ ପୂଜା ତଥା ରାଜ୍ୟରେ ଅନ୍ୟାନ୍ୟ ପର୍ବ ପାଳନ ସମୟ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ଚଳିତ ବର୍ଷ ଗଣେଶ ପୂଜା ଏବଂ ଅନ୍ୟାନ୍ୟ ଉତ୍ସବ ପାଳନ ହେବ କିନ୍ତୁ ବିନା ଭକ୍ତରେ।

ସେ କହିଛନ୍ତି ଯେ ଏହି ନିୟମ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଏବଂ ଅନ୍ୟାନ୍ୟ ଧର୍ମର ପର୍ବ ପାଇଁ ରହିଛି। ଯାହାକି ଚଳିତ ବର୍ଷ ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବରରେ ପଡୁଛି। ସୁରେଶ ମହାପାତ୍ର କହିଛନ୍ତି ଯେ ସାଧାରଣତଃ ଲୋକମାନେ ପର୍ବ ଏବଂ ପୂଜା ପାଳନ କରିବା ପାଇଁ ପରସ୍ପର ସହ ଯୋଗାଯୋଗ କରନ୍ତି। ଯେଉଁଥିରେ କୋଭିଡ ନିୟମ ପାଳନ କରିବା ସମ୍ଭବ ନୁହେଁ ଏବଂ ଏହିପରି ସମାବେଶରେ କରୋନା ମହାମାରୀ ବ୍ୟାପିବାର ସମ୍ଭାବନା ରହିଛି।

ତେଣୁ ରାଜ୍ୟ ସରକାର ପରମ୍ପରା ବଞ୍ଚାଇବାକୁ ଯାଇ ପୂଜା ପର୍ବ ପାଳନ ହେବ। ହେଲେ ଶ୍ରଦ୍ଧାଳୁ ଆସିପାରିବେନି କି ବଡ ବଡ ସାଜ ସଜା ନକରିବାକୁ ପ୍ରଶାସନ କହିଛି। ଯେଉଁଠି ପୂଜାର୍ଚ୍ଚନା ହେବ ସେମାନେ ସ୍ଥାନୀୟ ପ୍ରଶାସନ ପାଖରୁ ଅନୁମତି ନେବେ। ଏହି ସମୟରେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ତଥା ସମ୍ପ୍ରଦାୟର ଭୋଜି ଆୟୋଜନ ଉପରେ ମଧ୍ୟ ସରକାର ନିଷେଧାଦେଶ ଜାରି କରିଛନ୍ତି।

Related Articles

Leave a Reply

Back to top button
error: Content is protected !!