?????
ପୋଲିସ ହେପାଜତରୁ ସକାଳେ ଫେରାର ହୋଇଥିବା ଅଭିଯୁକ୍ତ ସଂଧ୍ୟାରେ ଗିରଫ
ଝାରସୁଗୁଡା: ଏକ ଚୋରି ମାମଲାରେ ଜଣେ ସନ୍ଦିଗ୍ଧ ଯୁବକ ସକାଳେ ପୋଲିସ ହେପାଜତରୁ ଖସି ପଳାଇଥିଲା। ହେଲେ ସଂଧ୍ୟାରେ ପୁଣିଥରେ ଗିରଫ ହୋଇଛି। ଝାରସୁଗୁଡ଼ା ସଦର ଥାନାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ସାରସମାଲରେ ଜଣଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।
ପରେ ପୋଲିସ ଏହି ଘଟଣାର ତଦନ୍ତ କରି ସାରସମାଲରେ ରହୁଥିବା ଉମେଶ ସତନାମୀକୁ ଥାନାକୁ ଅଣାଯାଇ ପଚରାଉଚରା କରୁଥିଲା। ଉମେଶ ଜଣେ ଅଭ୍ୟାସଗତ ଅପରାଧୀ। ତେଣୁ ପୋଲିସ ପ୍ରାଥମିକ ଭାବେ ସନ୍ଦେହ କରି ତାକୁ ଥାନାକୁ ଡାକି ପଚରାଉଚରା କରୁଥିଲା। କିନ୍ତୁ ବୁଧବାର ପୋଲିସର ହୁଗୁଳା ବ୍ୟବସ୍ଥା ଦେଖି ଦୌଡି ପଳାଇ ଯାଇଥିଲା।
ପରେ ପୁଲିସ ତାକୁ ସମ୍ବଲପୁର ବରେଇପାଲିରୁ ଗିରଫ କରିଛି। ସଦର ଆଇଆଇସି ସୁଚିସ୍ମିତା ମହାନ୍ତି ଏହି ସୂଚନା ଦେଇଛନ୍ତି। ସମ୍ବଲପୁରରୁ ତାକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।