?????

ତିନି କୃଷି ବିଲକୁ ବିରୋଧ, କଳା ଦିବସ ପାଳନ କଲା ସି.ଆଇ.ଟି.ୟୁ

ଝାରସୁଗୁଡ଼ା: ସି.ଆଇ.ଟି.ୟୁ. ଜିଲ୍ଲା କମିଟି ପକ୍ଷରୁ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ଛଅ ମାସ ପୂରଣ ଅବସରରେ କଳା ପତାକା ଉଡ଼ାଇ ପିଏମ୍ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରି ପ୍ରତିବାଦ କରାଯିବା ସହ ଆଜିର ଦିନକୁ କଳା ଦିବସ ରୂପେ ପାଳନ କରାଯାଇଛି।

ସି.ଆଇ.ଟି.ୟୁ. ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୌରିଶଙ୍କର ପାତ୍ରଙ୍କ ନିଷ୍ପତି କ୍ରମେ ଆଜି ଝାରସୁଗୁଡ଼ା ବସ‌୍‌ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ଛକରେ ଏ.ଆଇ.ଟି.ୟୁ.ସି. ଙ୍କ ମିଳିତ ଭାବରେ ଶ୍ରୀଯୁକ୍ତ ହରିଶଙ୍କର ସାହୁ ଜୋନାଲ ସେକ୍ରେଟାରୀ, ଶ୍ରୀଯୁକ୍ତ ସାରଙ୍ଗଧର ମିଶ୍ର ଏ.ଆଇ.ଟି.ୟୁ.ସି. ନେତାଙ୍କ ତତ୍ତ୍ଵାବଧାନରେ ଏହି କଳାଦିବସ ପାଳନ ହୋଇଛି।

ଏହି କାର୍ଯ୍ୟ କ୍ରମରେ ସି.ଆଇ.ଟି.ୟୁ. ର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ବାସୁଦେବ ଧୁରୁଆ, ଉପ ସଭାପତି ଢ଼ଗେଶ୍ୱର ନାଏକ, ସହ ସମ୍ପାଦକ ଧର୍ମେନ୍ଦ୍ର କିସାନ, ସାଥୀ ପ୍ରେମାନନ୍ଦ ବିଶ୍ଵାଳ, ସାଥୀ ଭବ ସାଗର ନାଏକ, ସାଥୀ ପୁଷ୍ପାଞ୍ଜଳୀ ନାଏକ, ସାଥୀ ପ୍ରଭାସିନୀ ପରୁଆ, ସାଥୀ ନବୀନ ଧରୁଆ ଯୋଗଦାନ କରିଥିଲେ ।

ସାରା ବିଶ୍ୱରେ କରୋନା ଏକ ଭୟଙ୍କର ରୂପ ନେଇଛି। କରୋନାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସଟଡାଉନ, ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହା ଫଳରେ ବିଭିନ୍ନ କଳକାରଖାନା ବନ୍ଦ ଯୋଗୁଁ ରାଜ୍ୟର ଓ ରାଜ୍ୟ ବାହାରୁ ଆସିଥିବା ଲକ୍ଷ ଲକ୍ଷ ସଂଖ୍ୟାର ପ୍ରବାସୀ ଶ୍ରମିକମାନେ କାମ ହରାଇବା ସହିତ ଦୀର୍ଘ ଦିନ ଧରି ବେକାର ହୋଇ ବସିଛନ୍ତି। ଏଭଳି ରହିବା ଫଳରେ ଘୋର ଆର୍ଥିକ ସଙ୍କଟର ଶିକାର ହେଉଛନ୍ତି। ଯୋଜନା ବଦ୍ଧ ଭାବରେ ନିଆଯାଇଥିଲେ ଏଭଳି ସମସ୍ୟା ଉପୁଜିନଥାନ୍ତା ବୋଲି ସି.ଆଇ.ଟି.ୟୁ. କହିଛି।

ସରକାର ସାଧାରଣ ଜନଗଣ ଓ ଶ୍ରମିକ ମାନଙ୍କୁ ନଗଦ ଅର୍ଥ ଦେବା, ମାଗଣା ଖାଦ୍ୟ ଶସ୍ୟ, ସାଧାରଣ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରି ପାରିନାହାନ୍ତି। ଏଭଳି ସଙ୍କଟ ସମୟରେ ପର୍ଯ୍ୟାପ୍ତ ଭେକ୍ସିନ ଆବଶ୍ୟକୀୟ ହସ୍ପିଟାଲ ଓ ଶଯ୍ୟା, ଆଇସିୟୁ, ଭେନଟିଲେଟର, ଅକ୍ସିଜେନ୍ ଯୋଗାଇ ନ ପାରିବା କାରଣ ରୁ ଜନଗଣଙ୍କ ଅକାଳ ରେ ମୃତ୍ୟୁ ହେଉଛି ବୋଲି ସି.ଆଇ.ଟି.ୟୁ କହିଛି।

Related Articles

Leave a Reply

Back to top button
error: Content is protected !!