?????

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ଅଫିସ ସ୍ଥାନାନ୍ତର ଦାବି, ବିଜେପି କରିବ ରାଜଭବନ ଘେରାଉ

ଭୁବନେଶ୍ୱର: 10ଟି ଜିଲ୍ଲା ଏବଂ ଗୋଟିଏ ସବ ଡିଭିଜନକୁ ନେଇ 1998ରେ ଗଠିତ  ହୋଇଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ। ହେଲେ 23 ବର୍ଷ ପରେ ବି ଏହି ପରିଷଦର ମୁଖ୍ୟ ଅଫିସ ଭୁବନେଶ୍ୱରରେ ରହିଛି। ଯାହାକୁ ବିରେ୍ାଧ କରିଛି ବିଜେପି। ସମ୍ୱଲପୁରରେ ଏହି ପରିଷଦର ମୁଖ୍ୟ ଅଫିସ ହେଉ ବୋଲି ଦାବି କରି ବିଜେପି ଅଗଷ୍ଟ 10ରେ ରାଜଭବନ ଘେରାଉ କରିବ ବୋଲି ଚେତାବନୀ ଦେଇଛି। ବିଜେପି ବିଧାୟକ ରବି ନାୟକ ଏହା କହିଛନ୍ତି।

ଏହି ଆନ୍ଦୋଳନରେ ଜିଲା ପରିଷଦର ପ୍ରତିନିଧି, ଏହାର ଅଧ୍ୟକ୍ଷ ଏବଂ ବୁଦ୍ଧିଜୀବୀମାନେ ସାମିଲ ହେବେ ବୋଲି ବିଧାୟକ ରବି ନାୟକ କହିଛନ୍ତି।

ସୂଚନାଯୋଗ୍ୟ, ସିଏଜି 2020ରେ ପଶ୍ଚିମ ଓଡ଼ିଶା ପରିଷଦରେ ଥିବା ଜିଲ୍ଲାକୁ ନେଇ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଯେଉଁଥିରେ କୁହାଯାଇଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଯେଉଁ ଉଦ୍ଦେଶ୍ୟକୁ ନେଇ ତିଆରି ହୋଇଥିଲା ତାହାର ଉଦ୍ଦେଶ୍ୟ ଠିକ୍ ଭାବରେ ପୂରଣ ହୋଇ ପାରୁନି। ତେଣୁ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠୁଛି।

Related Articles

Leave a Reply

Back to top button
error: Content is protected !!