?????

ଏସସି, ଏସଟି ପିଲାଙ୍କ ପାଇଁ ନିଶ୍ଳୁକ କୋଚିଂ ସେବା ଆରମ୍ଭ କଲେ ସରକାର

ଭୁବନେଶ୍ୱର: ରାଜ୍ୟର ଏସଟି ଏବଂ ଏସସି ଛାତ୍ରଛାତ୍ରୀଙ୍କୁ ମେଡିକାଲ ଏବଂ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ମାଗଣା କୋଚିଂ ଯୋଗାଇଦେବା ପାଇଁ ଓଡ଼ିଶା ସରକାର ସୋମବାର ‘ଛାତ୍ର ପ୍ରୋତ୍ସାହନ ଯୋଜନା’ (ସିପିଇ) ଆରମ୍ଭ କରିଛନ୍ତି।

ଏହି ଯୋଜନାରେ ଏସଟି ଏବଂ ଏସସି ଡେପଲପମେଣ୍ଟ (ଏସଏସଡି) ବିଭାଗ କହିଛି ଯେ ପ୍ରତିବର୍ଷ ରାଜ୍ୟର 320 ଏସଟି ଏବଂ ଏସସି ଛାତ୍ରଙ୍କୁ ମାଗଣା କୋଚିଂ ଯୋଗାଇବ। ଏଥିପାଇଁ ମୋଟ୍ 7ଟି କେନ୍ଦ୍ର ତିଆରି କରିଛନ୍ତି ସରକାର । ଯେଉଁଠି ଏହି କୋଚିଂ ବ୍ୟବସ୍ଥା ରହିଛି ।

ମାଗଣା କୋଚିଂ ପାଇଁ ଛାତ୍ରମାନେ ଦଶମ ଶ୍ରେଣୀରେ ଏବଂ ଏସଏସଡି ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିବା ଛାତ୍ରମାନଙ୍କ ମଧ୍ୟରେ ଏକ ପରୀକ୍ଷା ହେବ। ଏହି ଆଧାରରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ବର୍ତ୍ତମାନ ଏହି ବିଭାଗ 14ଟି ଜିଲ୍ଲାର 62ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳାଉଛି। ପ୍ରତିବର୍ଷ 30,000 ରୁ ଅଧିକ ଏସଟି ଏବଂ ଏସସି ଛାତ୍ର ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି।

Related Articles

Leave a Reply

Back to top button
error: Content is protected !!