?????

ବାତ୍ୟାର କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି: ଏସଆରସି

ଭୁବନେଶ୍ୱର: ବାତ୍ୟା ଗୁଲାବର ପ୍ରଭାବରେ ସେମିତି କୌଣସି କ୍ଷୟକ୍ଷତି ହୋଇ ନାହିଁ। ପାଣିପାଗ ବିଭାଗ ବାତ୍ୟା ଗୁଲାବ ଦ୍ୱାରା ଯେତିକି କ୍ଷୟକ୍ଷତି ହେବ ବୋଲି ଏକ ଆନୁମାନିକ ଆକଳନ କରିଥିଲା ସେମିତି କିଛି ହୋଇ ନାହିଁ କି କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଜିଲ୍ଲାପାଳଙ୍କୁ 5 ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି ବୋଲି ଏସଆରସି ପ୍ରଦୀପ୍ତ ଜେନା ପ୍ରେସମିଟ୍ କରି କହିଛନ୍ତି।

ବାତ୍ୟା ସମୟରେ ମୋଟ 46 ହଜାର 75 ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । 1189 ଟି ସେଲଟର ସେମାନଙ୍କୁ ରଖାଯାଇଥିଲା । 1533 ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି। କିନ୍ତୁ ଲଗାଣ ବର୍ଷାର ପ୍ରଭାବ ଗୋଟିଏ ଦୁଇଟି ସ୍ଥାନରେ ପରିଲିକ୍ଷିତ ହୋଇଛି ବୋଲି ଏସଆରସି କହିଛନ୍ତି।

ଗଜପତି ଓ କୋରାପୁଟରେ କେବଳ ଦୁଇ ତିନୋଟି ସ୍ଥାନରେ ମାଟି ଅତଡ଼ା ଖସିଥିଲା। ଲଗାଣ ବର୍ଷାର ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୁସ୍କଳନ ଯୋଗୁ ରାସ୍ତା ଅବରୋଧ ହୋଇଛି । ବର୍ଷା କମିଲେ ସେହି ରାସ୍ତାକୁ ମରାମତି କରାଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି। 21 ଟି ବ୍ଲକରେ 50 ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ମାଲକାନଗିରି ରେ 50 ରୁ 60 ଗଛ ଭାଙ୍ଗିଛି ।

କୋରାପୁଟର ପଟାଙ୍ଗୀରେ 148 ମିଲି ମିଟର ବର୍ଷା ହୋଇଛି । ମାଲକାନଗିରିର ଗୋଟିଏ ବ୍ଲକରେ 107 ମିଲି ମିଟର ବର୍ଷା ହୋଇଛି। ଗଜପତିର ଗୋଶାଣୀରେ 83 ମିମି, ମୋହନାରେ 33 ମିମି,ରାୟଗଡ ବ୍ଳକରେ 60 ମିମି ଓ ନୂଆଗଡ଼ ରେ 33 ମିମି ବର୍ଷା ରେକର୍ଡ ହୋଇଛି ବୋଲି ଏସଆରସି ପ୍ରେସମିଟ୍ କରି କହିଛନ୍ତି। ଏସଡ଼ିଆରଏଫ ନିୟମ ଆଧାରରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି। 5 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବେ ବୋଲି ସେ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!