ଏସଏମସି ପାଓ୍ୱାର ଜେନେରେସନରେ ଦୁର୍ଘଟଣା: ଆହତ ଶ୍ରମିକ ମହାବୀରଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଏସଏମସି ପାଓ୍ୱାର ଜେନେରେସନ କାରଖାନାରେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ଶ୍ରମିକ ମହାବୀର ମାଝୀ (35)ଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲାର ଆଇଯିଏଚ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଘର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଜୁଜୁମୁରା ଅଞ୍ଚଳର।
ରବିବାର ରାତିରେ ହ୍ରିମାସ୍ଥିତ ଏସ୍ଏମସି ପାଓ୍ୱାର ଜେନେରେସନ୍ ଲିମିଟେଡର ୟୁନିଟ୍-1ରେ ଥିବା ବ୍ଲାଷ୍ଟ୍ ଫର୍ଣ୍ଣେସରେ ନିଆଁ ଲାଗିଥିଲା। ଏହି ସମୟରେ କାମ କରୁଥିବା ବେଳେ 35 ବର୍ଷୀୟ ଠିକା ଶ୍ରମିକଙ୍କ ଉପରେ ଏକ ଲୁହା ପାଇପ ଖସି ପଡ଼ିବାରୁ ଗୁରୁତର ଆହତ ହୋଇଥିଲେ।
ମୃତକ ଜଣଙ୍କ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଓମ୍ ଶିବ ଶଙ୍କର କମ୍ପାନୀ ଅଧୀନରେ ସେ କାମ କରୁଥିଲେ । ରିପୋର୍ଟ ଅନୁୟାୟୀ, ନଭେମ୍ବର 27 ରାତି 10ଟାରେ ମହାବୀର ବ୍ଲାଷ୍ଟ ଫର୍ଣ୍ଣେସ ନିକଟରେ କାମ କରୁଥିବା ବେଳେ ତାଙ୍କ ଉପରେ ତରଳି ଯାଇଥିବା ଲୁହା ଖସି ପଡ଼ିଥିଲା, ଫଳରେ ସେ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ଏହାପରେ ତାଙ୍କୁ ବୁର୍ଲା ଭିମସାର ଓ ପରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।