ସୋମବାରଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍

0
28

କଟକ: କରୋନା ପାଇଁ ଦୀର୍ଘ ଦିନ ହେବ ବସ୍ ସେବା ବନ୍ଦ ରହିଛି। ଏବେ ବସ୍ ସେବା ପାଇଁ ରାଜ୍ୟ ସରକାର ଅନୁମତି ଦେବା ପରେ ସୋମବାରଠୁ ଘରୋଇ ବସ ଗଡ଼ିବ ବୋଲି ସୂଚନା ମିଳିଛି। ବସ୍ ଚାଲୁନଥିବାରୁ ବସ୍ ସଂଘ ବିଭିନ୍ନ ଦାବି ରଖିଥିଲା ସରକାରଙ୍କ ପାଖରେ। ଏବେ ସରକାର ଦାବି ଗୁଡ଼ିକୁ ଶୁଣିଥିବା ଜଣାପଡ଼ିଛି। ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି।

ବସ ମାଲିକ ମାନଙ୍କୁ କୋଅପରେଟିଭ ବ୍ୟାଙ୍କ ଜରିଆରେ ସରକାର ଋଣ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ରହିଛି। ଏଥିସହ ବସର କର୍ମଚାରୀଙ୍କୁ ବି ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିବା ସୂଚନା ରହିଛି।

ସୋମବାର ଠାରୁ ରାଜ୍ୟର ସମସ୍ତ ରୁଟରେ ଗଡ଼ିବ ବସ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତି ନେଲା ବସ ମାଲିକ ସଂଘ । ପୂର୍ବରୁ ସରକାର ରାଜ୍ୟ ମଧ୍ୟରେ ବସ ଚଳାଚଳ ପାଇଁ ଅନୁମତି ଦେଇଥିଲେ କିନ୍ତୁ ବିଭିନ୍ନ ଦାବି ଉପସ୍ଥାପନ କରି ବସ ଚଳାଇବାକୁ ଅମଙ୍ଗ ଥିଲା ବସ ମାଲିକ ସଂଘ ।