?????

ଜିଲ୍ଲାରେ ହେବ ରିଜିଓନାଲ ବ୍ଲଡ ବ୍ୟାଙ୍କ: ନବ ଦାସ

ଭୁବନେଶ୍ୱର: ରେଡକ୍ରସ ସୋସାଇଟି ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଯୋଗ ଦେଇ ରେଡକ୍ରସକୁ ନେଇ ନିଜର ମତ ରଖିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ସ୍ଥିତିରେ ସବୁବେଳେ ପ୍ରଭାବିତ ଲୋକଙ୍କୁ ରକ୍ତ ଏବଂ ଆବଶ୍ୟକ ଜରୁରୀକାଳୀନ ସେବା ଯୋଗାଇ ଦିଏ ରେଡକ୍ରସ ବୋଲି ସେ କହିଛନ୍ତି। ଏହି ଅବସରରେ ସେ 100ଟି ଅକ୍ସିଜେମ କନସେନଟ୍ରେଟର ଉଦଘାଟନ କରିଛନ୍ତି। ମୋଟ୍ 300ଟି କନସେନଟ୍ରେଟର ଆସିବ ବୋଲି ଜଣାପଡି଼ଛି।

ଲୋକମାନେ କିଭଳି ବିଶୁଦ୍ଧ ରକ୍ତ ପାଇବେ ଏବଂ ବ୍ଲଡ ବ୍ୟାଙ୍କ ଆଧୁନିକୀକରଣ ହେବ ସେ ନେଇ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ବ୍ଲଡ ବ୍ୟାଙ୍କ ପୋର୍ଟାଲ ଖୋଲିବାକୁ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ୱାରା ଲୋକମାନେ ରକ୍ତ କେତେ ଉପଲବ୍ଧ ଅଛି ବୋଲି ଜାଣିପାରିବେ। ସେହିପରି ପ୍ରତ୍ୟେକ ଜିଲ୍ଲାରେ ରେଡକ୍ରସ ତରଫରୁ ଡିସପେନସାରୀ ଖୋଲିବାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଯେଉଁ ସବୁ ଜିଲ୍ଲାରେ ଖଣିଜ ପାଣ୍ଠି ଓ କର୍ପୋରେଟ୍ ସୋସିଆଲ୍ ରେସପନସିବିଲିଟି ଟିମ୍ ରହିଛି ସେଠାରେ ଡିସେପେନସାରୀ ଚାଲିବାରେ ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ଝାରସୁଗୁଡାରେ ଏକ ରିଜିଓନାଲ ବ୍ଲଡ ବ୍ୟାଙ୍କ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଦେଇଥିଲେ ଶ୍ରୀଯୁକ୍ତ ଦାସ।

Related Articles

Leave a Reply

Back to top button
error: Content is protected !!