ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ, ଚମକିଲା ଡିଏଭି
ଝାରସୁଗୁଡା: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଚମକିଛ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଇଂରାଜୀ ମିଡିୟମ ସ୍କୁଲ୍ ଡିଏଭି ପବ୍ଲିକ ସ୍କୁଲ୍। ଚଳିତ ଥର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳରେ ଡିଏଭି ଶତ ପ୍ରତିଶତ ସଫଳତା ପାଇଛି। ଏଥର କିନ୍ତୁ ଛାତ୍ରୀଙ୍କୁ ପଛରେ ପକାଇ ଛାତ୍ର ଆଗରେ ରହିଛନ୍ତି ।
ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ମୋଟ୍ 122 ଜଣ ବିଦ୍ୟାର୍ଥୀ ଦ୍ୱାଦଶ ଶ୍ରେଣୀର ଥିଲେ। ତନ୍ମଧ୍ୟରୁ ବିଜ୍ଞାନରେ 70 ଜଣ ଏବଂ ବାଣିଜ୍ୟରେ 52 ଜଣ ଛାତ୍ର ଥିଲେ। ସେଥିମଧ୍ୟରୁ 27 ଜଣ 95% ରୁ ଅଧିକ ମାର୍କ ଏବଂ 62 ଜଣ ଛାତ୍ର 90% ରୁ ଅଧିକ ମାର୍କ ରଖିଛନ୍ତି। ଏହି ରେକର୍ଡ ସହିତ ଝାରସୁଗୁଡ଼ା ଡିଏଭି ରେକର୍ଡ ସୃଷ୍ଟି କରିଛି।
ବିଜ୍ଞାନରେ ଅଭିନବ ପ୍ରକାଶ ଅଗ୍ରୱାଲ 99 ପ୍ରତିଶତ ଓ ବାଣିଜ୍ୟରେ ୟଶ ଡିଡ଼ୱାନିଆ 99.5 ପ୍ରତିଶତ ନମ୍ୱର ରଖି ଜିଲ୍ଲାର ଟପ୍ପର ହେବା ସହିତ ସ୍କୁଲରେ ଥିବା ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଅଭିଭାବକ ଏବଂ ସ୍କୁଲର ପ୍ରିନସିପାଲ ଖୁସି ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଚଳିତ ଥର କୋଭିଡ୍ ପାଇଁ ସିବିଏସଇ ପରୀକ୍ଷା ବାତିଲ୍ ହୋଇଥିଲା। ଏହାପରେ ସିବିଏସ କର୍ତ୍ତୃପକ୍ଷ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପୂର୍ବ ପରୀକ୍ଷାର ମାର୍କ ଏବଂ ଇଣ୍ଟରନାଲ ମାର୍କକୁ ନେଇ ଏପରି ରେଜଲ୍ଟ ଘୋଷଣା କରିଛନ୍ତି।