?????

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ

ଝାରସୁଗୁଡ଼ା: ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଝାରସୁଗୁଡ଼ା ଜିଲ୍ଳାକୁ ଦିନିକିଆ ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶିଶୁଙ୍କୁ ଭଲ ମଣିଷଟିଏ କରିବାର ଆବଶ୍ୟକତା ରହିଥିବାରୁ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମକୁ ହିତାଧିକାରୀମାନଙ୍କ ପାଖରେ ପହଞ୍ଚାଇବାକୁ ଅଧିକାରୀମାନେ ଯତ୍ନବାନ ହେବାକୁ ମନ୍ତ୍ରୀ ଶ୍ରୀମତୀ ହେମ୍ରମ ପରାମର୍ଶ ଦେଇଥିଲେ।

ମାଆ ଓ ଶିଶୁଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନ ଠିକ୍ ଭାବରେ ଯାଞ୍ଚ କରିବା ସହ ଅଭିଯୋଗଗୁଡିକର ତର୍ଜମା ପୂର୍ବକ ତ୍ୱରିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ମମତା ଯୋଜନା , ବାଲ୍ୟ ବିବାହ , ବେଟି ବଚାଓ ବେଟି ପଢ଼ାଓ , ମିଶନ ଶକ୍ତି , ୱାନ୍ ଷ୍ଟପ୍ ସେଣ୍ଟର , ଅଙ୍ଗନବାଡ଼ି କେନ୍ଦ୍ରଗୁଡିକର ପରିଚାଳନା , ମାତୃ ଓ ଶିଶୁ ମୃତ୍ୟହାର ଓ ପୋଷଣ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ସ୍ୱୟଂ ସହାୟ ଗୋଷ୍ଠିମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ଅଧିକ ଶସକ୍ତ କରିବା ପାଇଁ ହାତକୁ କାର୍ଯ୍ୟକ୍ରମ ନେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ।

ଜିଲ୍ଲାରେ ବିଭାଗୀୟ କାର୍ଯ୍ୟରେ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଲଖନପୁର ଅଞ୍ଚଳରେ ଆବଶ୍ୟକତା ସ୍ଥଳେ ମିନି ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନା ପାଇଁ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ସରୋଜ କୁମାର ସାମଲ ଜିଲ୍ଲାରେ ମିଶନ ଶକ୍ତି , ଓଡିଶା ଜୀବିକା ମିଶନ ଓ ସ୍ୱୟଂ ସହାୟ ଗୋଷ୍ଠୀ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରୁଥିବା ନେଇ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ପ୍ରବୀର କୁମାର ନାୟକ , ପ୍ରକଳ୍ପ ନିର୍ଦ୍ଦେଶିକା ( ପୁନର୍ବାସ ଓ ଥଇଥାନ ) ଆଲମଣି ସେଠୀ , ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ,ଡି ପି ଏମ୍ ନିଳିମା କୁଜୁର , ମିଶନ ଶକ୍ତି ଜିଲ୍ଲା ସଂଯୋଜିକା ସୀମା ଟିଗା , ମମତା ଜିଲ୍ଲା ସଂଯୋଜକ ତୁଷାରକାନ୍ତ ନାୟକ , ଡି ପି ଏମ୍ ( ଏନ୍ ଓ ପି ) ରମେଶ ଚନ୍ଦ୍ର ମିଶ୍ର , ଜିଲ୍ଲା ସଂଯୋଜିକା ( ବାଲ୍ୟ ବିବାହ ) ରଞ୍ଜିତା ଦାସ , ସି ଡବ୍ଲ୍ୟୁ ସି ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ , ପିଓ ବୃନ୍ଦାବତୀ ପଣ୍ଡା ଓ ସହକାରୀ ନିର୍ବାହୀ (ଓରମାସ)ରୁଦ୍ରନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମେହେରୁନ୍ନିସା ବେଗମ ଧନ୍ୟବାଦ ଅର୍ପଣ କରିଥିଲେ । ସୁପରଭାଇଜର ଶିଲା ପ୍ରଧାନ ଓ ରମାକାନ୍ତ ପଟେଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Articles

Leave a Reply

Back to top button
error: Content is protected !!