?????

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ଉପରେ ରୋକ୍ ଲଗାଇଲେ ଓଏଚଆରସି

ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ଅର୍ଥାତ୍ ଜୁଲାଇ 30ରେ ମୋଟ୍ 139 ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। ବୋର୍ଡ କର୍ତ୍ତୃପକ୍ଷ ଏ ନେଇ ତାରିଖ ଘୋଷଣା କରିସାରିଥିଲେ। ଏବେ କିନ୍ତୁ ଏହି ପରୀକ୍ଷା ଉପରେ ରୋକ୍ ଲଗାଇଛନ୍ତି ଓଡିଶା ମାନବାଧିକାର ଆୟୋଗ। ଏଥିସହ ବୋର୍ଡ ଓ ଏହାର ଅଧିକାରୀ ମାନଙ୍କୁ ତାଗିଦ କରି ହାଜର ହେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ପରୀକ୍ଷାକୁ ବିରୋଧ କରି ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧକ୍ଷ ମନୋଜ ଜେନା ଅବଗତ କରାଇଥିଲେ। ରାଜ୍ୟରେ ଚଳିତ ଥର ସାଧାରଣ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଯେଉଁଭଳି ପାସ କରାଯାଇଛି ସମାନ ନୀତି ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଆପଣାଯାଉ ବୋଲି ଶ୍ରୀ ଜେନା ଦାବି କରିଥିଲେ। ପରେ ଜୁଲାଇ 22 ମଧ୍ୟରେ ଉଭୟ ବୋର୍ଡ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ସବିଶେଷ ବିବରଣୀ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ପାଇବା ପରେ ଏ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ 6ରେ ହେବ ବୋଲି ଆୟୋଗ ନିଷ୍ପତ୍ତି ନେଇଥିଲା। ହେଲେ ବୋର୍ଡ କର୍ତ୍ତୃପକ୍ଷ ଜୁଲାଇ 30ରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଥିଲା।

ଏହାପରେ ଶ୍ରୀଯୁକ୍ତ ଜେନା ଆୟୋଗଙ୍କ ନିକଟରେ ଦ୍ୱାରସ୍ଥ ହୋଇ ପରୀକ୍ଷା ଉପରେ ଅନ୍ତରୀଣ ରୋକ୍ ଲଗାଇବାକୁ ଦାବି କରିଥିଲେ। ଆଉ କମିଶନ ମଧ୍ୟ ଦାବିକୁ ଗ୍ରହଣ କରି ବୋର୍ଡକୁ ଜବାବ ତଲବ କରିଛନ୍ତି।

Related Articles

Leave a Reply

Back to top button
error: Content is protected !!