କରୋନା ବେଳର ପ୍ରମୁଖ ନିଷ୍ପତ୍ତି ନେଉଥିବା ଅଧିକାରୀ ଡିଏମଇଟି ସିବିକେ ମହାନ୍ତି ନେଲେ ଅବସର

0
109

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍‌ଇଟି) ପଦରୁ ଆଜି ଅବସର ନେବେ ଡାକ୍ତର ସିବିକେ ମହାନ୍ତି । ପାଖପାଖି ୮ ମାସ ହେଲା ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ କରୋନା କାଳରେ ଅଭିଜ୍ଞତାକୁ ଦେଖି ୩ ଥର ଚାକିରି ଅବଧି ବଢ଼ାଇଥିଲେ ସରକାର । ଆଜି କିନ୍ତୁ ସେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଅବସର ପୂର୍ବରୁ ନୂଆ ଡିଏମଇଟି ଭାବରେ ଡାକ୍ତର ରମା ରମଣ ମହାନ୍ତିଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଡାକ୍ତର ମହାନ୍ତି ଏବେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରିନ୍‌ସିପାଲ ଅଛନ୍ତି ।

କରୋନା ମହାମାରୀ ବେଳେ ସିବିକେ ମହାନ୍ତିଙ୍କ ଅଭିଜ୍ଞତା ରାଜ୍ୟ ସରକାରଙ୍କୁ ଅନେକ ସହାୟକ ହୋଇଛି । ତାଙ୍କର ଭରପୁର ଅଭିଜ୍ଞତାକୁ ପାଥେୟ କରି ରାଜ୍ୟ ସରକାର କୋଭିଡ ମୁକାବିଲା କରିଥିଲେ। ଯାହାକି ପୂର୍ବରୁ ଏହି ପଦରେ ଥିବା ଅନେକ ଡାକ୍ତରଙ୍କ ତୁଳନାରେ ସିବିକେ ମହାନ୍ତି ଏହି ପଦର ଅଧିକ ଗାରିମା ମଣ୍ଡନ କରିଛନ୍ତି।

ଶନିବାର ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଜନ୍ମ ନେଇଥିଲି ସେବା କରିବା ପାଇଁ। ମୁଁ ଦାଇତ୍ଵ ନେବା ସମୟରେ କୋରନା ଆସିଲା ଏହାର ମୁକାବିଲା ପାଇଁ ଚେଷ୍ଟା କରିଛି। ଏହା କେତେ ଦୁର ସଫଳ ହୋଇଛି ଆପଣମାନେ କହିପାରିବେ ମୁଁ କହି ପାରିବିନି। ମୁଁ ଯାହା ଠିକ ଭାବିଛି ତାହା କରିଛି। ଓଡିଶା ଗୋଟିଏ ରାଜ୍ୟ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଇଛି। ସରକାରଙ୍କ ଆଭିମୁଖ୍ୟ,ବରିଷ୍ଠ ଅଧିକାରୀଙ୍କ ସମର୍ଥନ ଦିଗଦର୍ଶନରେ ଆମେ କାମ କରୁଥିଲୁ। ଆମେ ଯେଉଁ ପରିଶ୍ରମ କରିଛୁ ଯାହା ରେଜଲ୍ଟ ପାଇଛୁ ସେଥିରେ ମୁଁ ଖୁସି।

ଡ଼ବ୍ଲୁଏଚଓ ହେଉ ଅବା ଅନ୍ୟ ରାଜ୍ୟ ଏହାକୁ ରୋଲ ମଡେଲ ଭାବରେ ଗ୍ରହଣ କରିଛନ୍ତି। ରାଜ୍ୟବାସୀଙ୍କ ପାଇଁ ଯାହା ସିଦ୍ଧାନ୍ତ ନିଆଯାଇଛି, ଯାହା ଆଡଭାଇଜରି ଜାରି କରାଯାଇଛି ତାହା ଲୋକଙ୍କ ଭଲ ପାଇଁ। ଯାହାକୁ ଯାହା କାମ ଦିଆଯାଇଛି ତାହା କରିଛୁ। ମିଳିମିଶି କାମ କଲେ ନିର୍ଯାସ ଭଲ ବାହାରିବ। ପରବର୍ତ୍ତୀ ଡିଏମଇଟିଙ୍କୁ ଗଣମାଧ୍ୟମରେ ବି ଅନୁରୋଧ କରିଵି ବଣ୍ଡିଂ ଭଲ ରଖିବା ପାଇଁ।