?????

ଦୁବାଇରେ ଧୁମଧାମରେ ନୂଆଁଖାଇ ଉତ୍ସବ ପାଳିତ

ୟୁଏଇ: ଦୁବାଇରେ ନୂଆଁଖାଇ ପାଳନ ହୋଇଯାଇଛି। ସଂୟୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ନୂଆଁଖାଇ ପରିବାର ପକ୍ଷରୁ ଦୁବାଇରେ ଏକ ନୂଆଁଖାଇ ଭେଟଘାଟର ଆୟୋଜନ କରାଯାଇଥିଲା। ଭାରତ ବାହାରେ କୌଣସି ସ୍ଥାନରେ ନୂଆଁଖାଇ ଅବସରରେ ଏହା ହେଉଛି ସବୁଠାରୁ ବଡ଼ ଉତ୍ସବ।

ପଶ୍ଚିମ ଓଡିଶାର ଭାଷା, ସଙ୍ଗୀତ ଓ ନୃତ୍ୟ ଏବଂ ହସ୍ତତନ୍ତକୁ ପ୍ରଦର୍ଶିତ କରି ସମ୍ବଲପୁରୀ ସଂସ୍କୃତିର ଏକ ଅସାଧାରଣ ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା। ଭାରତୀୟ କନ୍ସୁଲେଟରେ ଥିବା ଅଡିଟୋରିୟମକୁ ଫୁଟ୍ ଟ୍ୟାପିଂ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟରେ ଏକ ମିନି ଓଡିଶାରେ ପରିଣତ କରି ସମସ୍ତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ସଭିଏଁ ସମ୍ବଲପୁରୀ ବେଶଭୂଷାରେ ସଜ୍ଜିତ ହୋଇ ସଭାମଞ୍ଚରେ ଦର୍ଶକଙ୍କ ଭିଡ଼ ଜମିଥିଲା।

ଏକ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ ମା’ ସମଲେଶ୍ୱରୀଙ୍କୁ ନୂଆ ଶସ୍ୟ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ‘ନୂଆ ଚାଉଳ’ର ଭୋଗ। ଏହି ନୂତନ ଚାଉଳକୁ ସ୍ୱତନ୍ତ୍ର ଭାବେ ବିଜେପୁର (ବରଗଡ଼ ଜିଲ୍ଲା)ର ପଡା ଗ୍ରାମରୁ ଆସିଥିଲା। ଏହାପରେ ଲୋକମାନେ ପରସ୍ପରକୁ ପାରମ୍ପରିକ ଶୁଭେଚ୍ଛା  ‘ନୁଆଁଖାଇ ଜୁହାର’ ବୋଲି ଜଣାଇଥିଲେ।

ପରେ ସ୍ଥାନୀୟ ମହିଳା, ପୁରୁଷ ଓ ଶିଶୁମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାୟାଇଥିଲା। ସମ୍ବଲପୁରୀ ଗୀତ, ନୃତ୍ୟ, ଏପରିକି ଫ୍ୟାସନ ସୋ’ର ମଧ୍ୟ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ ପାଇଁ ଆବୁଧାବି ଏମିରେଟ୍ସରୁ ଏକ ସ୍ୱତନ୍ତ୍ର ଟିମ୍ ଆସିଥିଲା। ଫେସବୁକ୍ ଓ ୟୁଟ୍ୟୁବ୍ ଲାଇଭ୍ ମାଧ୍ୟମରେ ସାରା ବିଶ୍ୱର ଲୋକେ ଏହି ଦୃଶ୍ୟକୁ ଦେଖିଥିଲେ। ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ପାରମ୍ପରିକ ଖାଦ୍ୟ ପରିବେଷଣ।

Related Articles

Leave a Reply

Back to top button
error: Content is protected !!