?????

ମତଦାନର ଅନ୍ତିମ ପର୍ଯ୍ୟାୟ ବେଳେ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ ହେବ । ଏହା ପୂର୍ବରୁ ପରସ୍ପର ବିରୋଧରେ ଅଭିଯୋଗ ଆଣି ବିଜେଡି-ବିଜେପି ଏବଂ କଂଗ୍ରେସ ରାଜ୍ୟ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହୋଇଥିଲେ । ଆଜି କିନ୍ତୁ ଉଭୟ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ମୁହାଁମୁହିଁ ହୋଇଛନ୍ତି । ପଞ୍ଚାୟତ ଭୋଟରେ ଅନିୟମିତତା ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି।

ବିଭିନ୍ନ ସ୍ଥାନରେ ହିଂସା, ବୁଥ ରିଗିଂ ସହିତ ଅନ୍ୟାନ୍ୟ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ । ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଧାରଣାରେ ବସିଥିବା ବେଳେ ଆଜି ନିର୍ବାଚନ କମିଶନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବ ସେହିପରି ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନେ ନେତୃତ୍ୱରେ ଏକ ଟିମ୍‌ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ଅନନ୍ତ ଜେନାଙ୍କ ନେତୃତ୍ୱରେ ଯୁବ, ଛାତ୍ର ଓ ମହିଳା ଟିମ ପ୍ରତିବାଦ କରିବା ସହ ରାଜ୍ୟ ନିର୍ବାଚନ କମିଶନଙ୍କୁ ସ୍ମାରକପତ୍ର ଦେଇଛନ୍ତି ।

ଅନନ୍ତ ନାରାୟଣ ଜେନା କହିଛନ୍ତି, ବିଜେପି ଗୁଣ୍ଡାରାଜ କରୁଛି । ହାରିବା ଭୟରେ ବିଜେପି ବୁଥ ରିଂଗି କରୁଛି ବୋଲି ଅଭିଯୋଗ କରିଛି ବିଜେଡି।

ଅନ୍ୟପଟେ ବିଜେପିର ଏକ ଟିମ ମନମୋହନ ସାମଲଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ପ୍ରତିବାଦ କରୁଛି । ଦଳ ବିଜେଡି ବିରୋଧରେ ବୁଥ ରିଂଗିଂ ଅଭିଯୋଗ ଆଣିବା ସହ ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା, ସରକାରୀ ଅଧିକାରୀଙ୍କ ନିର୍ବାଚନ ପରିଚାଳନା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରସଙ୍ଗ ଉଠାଇଛି । ବରିଷ୍ଠ ବିଜେପି ନେତା ସୁରତ ବିଶ୍ୱାଳ କହିଛନ୍ତି, ଗଣତନ୍ତ୍ରରେ ପ୍ରଥମ ଥର ପାଇଁ ଅରାଜକତା ଓ ହିଂସା ଦେଖିବାକୁ ମିଳିଛି। ସମସ୍ତ ଅଫିସରକୁ ନିଜ ସପକ୍ଷରେ ପ୍ରଚାର କରିବାକୁ ଶାସକ ଦଳ ବିଜେଡି ବାଧ୍ୟ କରୁଛି। ଏନେଇ ବହୁବାର ନିର୍ବାଚନ କମିଶନରଙ୍କ ପାଖରେ ଅଭିଯୋଗ ହୋଇଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି। ଏପରି କରି ରାଜ୍ୟ ନିର୍ବାଚନ କମିଶନ ପକ୍ଷପାତିତା କରୁଛନ୍ତି। ଏଥିପାଇଁ ବିଜେପି ରାଜ୍ୟ ନିର୍ବାଚନ କମିଶନ ଅଫିସ ଆଗରେ ଧାରଣା ଦେଇଛି।

Related Articles

Leave a Reply

Back to top button
error: Content is protected !!