?????

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ କାର ଓ ଡାଏରୀରେ ପ୍ରମାଣ?

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବୟାନ ଆଧାରରେ ଗୋଟିଏ ପରେ ଗୋଟିଏ ତଥ୍ୟକୁ ଆଧାର କରି କ୍ରାଇମବ୍ରାଞ୍ଚ ତଦନ୍ତର ଧାରାକୁ ଆଗକୁ ନେଉଛି। ଏହି ସମୟରେ ଗୋପାଳ ଯେଉଁ ଗାନ୍ଧୀଛକ ଫାଣ୍ଡି ଓ କାରରେ ନିଯୁକ୍ତ ଥିଲେ ସେଠାରୁ କିଛି ବଡ ପ୍ରମାଣ ପାଇଥିବା କୁହାଯାଉଛି।

ଶୁକ୍ରବାର ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ ସରକାରୀ ବାସଭବନକୁ ନେଇ ଥିଲା। ଏହପରେ ଫାଣ୍ଡିକୁ ଆଣିଥିଲା। ଏହିଠାରେ ଏକ ଧଳା ରଙ୍ଗର କାରକୁ ତଦନ୍ତକାରୀ ଟିମ୍ ଯାଞ୍ଚ କରିଛି। ଯାହାର ଚାବି ଥାନା ଭିତରେ ଥିଲା। ଆଉ କାରଟିକୁ ଖୋଲିବା ପରେ ତଦନ୍ତକାରୀ ଟିମ୍ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଫାଣ୍ଡିରୁ ଏକ ଡାଏରୀ ଜବତ କରିଛି। ଏହିସବୁ ଗୋପାଳ ଦାସଙ୍କର ବୋଲି ଜଣାପଡିଛି। ତେବେ ଯେଉଁ କାରଟିକୁ ତଦନ୍ତକରାଯାଇଛି ତାହା ଗୋପାଳ ଦାସଙ୍କ ମାଲିକାନାରେ ନାହିଁ କି ଏହା ପୋଲିସ ପାଟ୍ରୋଲିଂରେ ବ୍ୟବହାର ହୁଏ ନାହିଁ। ହେଲେ ଗୋପାଳ ଦାସ ଏହି କାରଟିକୁ ବ୍ୟବହାର କରୁଥିଲେ। ଏହି କାରଟିର ନମ୍ବର ଓଆର ୧୫ ଏନ୍ ୪୨୬୩ ରହିଛି। ଏହା ଅଶୋକ ମୁଣ୍ଡରା ନାମକ ବ୍ୟକ୍ତିଙ୍କର ବୋଲି ଆରଟିଓରୁ ଜଣାପଡୁଛି।

ତେବେ ଏହି ଅଶୋକ ମୁଣ୍ଡରା କିଏ ଏବଂ ତାଙ୍କର ଗୋପାଳଙ୍କ ସହିତ କଣ ସମ୍ପର୍କ ରହିଛି ଜଣାପଡିନଥିବା ବେଳେ ସେ ଜଣେ ଠିକାଦାର ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ଗୋପାଳ ଦାସଙ୍କ ହାତ ଲେଖା ୨୫ ଖଣ୍ଡ କାଗଜ ଟୁକୁଡା ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କିରୁ ପାଇଛି ତଦନ୍ତକାରୀ ଟିମ୍।

 

Related Articles

Leave a Reply

Back to top button
error: Content is protected !!