?????

ଆନ୍ଦୋଳନ ବେଳେ ପୋଲିସର ଗିରଫଦାରୀକୁ ନିନ୍ଦା, ଏସପି ଅଫିସ ଘେରାଉ କରିବାକୁ ଚେତାବନୀ

ଝାରସୁଗୁଡା: କୋଶଳ ରାଜ୍ୟ ପାଇଁ ଆନ୍ଦୋଳନ ବେଳେ ପୋଲିସର ଗିରଫଦାରୀକୁ ନିନ୍ଦା ।  କୋଶଳ ସେନା ସାମ୍ବାଦିକ ସମ୍ମିଳନୀର କରି ଏହି ଗିରଫଦାରୀକୁ ନିନ୍ଦା କରିଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିବା କୋଶଳ ସେନା କହିଛି ।

ଗତ ୭ ତାରିଖ ଦିନ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ କୋଶଳ ସେନା ତରଫରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ଶାନ୍ତିଶୃଙ୍ଖଳାରେ ଆନ୍ଦୋଳନ ହୋଇଥିଲା। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ ଆନ୍ଦୋଳନ ବେଳେ ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା। ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ। ତେଣୁ ଆନ୍ଦୋଳନ ସେତେଟା ପ୍ରଭାବ ହୋଇନଥିଲା।

ଏବେ କୋଶଳ ସେନାର ରାଜ୍ୟ ସଭାପତି କୌସ୍ତଭ ସାହୁ କହିଛନ୍ତି, ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏକ ରାଜନୈତିକ ଷଡ଼ଯନ୍ତ୍ର ଚଳାଯାଇଥିଲା । ଆଉ ଏହି ଆନ୍ଦୋଳନରେ ବର୍ତ୍ତମାନର ସରକାର ପୋଲିସ ପ୍ରଶାସନକୁ ହାତ ବାରିଶି କରି ଭଣ୍ଡୁର କରିଥିଲା । ବନ୍ଦର ପ୍ରଭାବ ପଡିବା ଆଗରୁ କୋଶଳ ସେନାକୁ ଗିରଫ ନିଆଯାଇଥିଲା । ଏହାର ବିରୋଧରେ ଆଗାମୀ ଦିନରେ କୋଶଳାଞ୍ଚଳରେ ସମସ୍ତ ଆରକ୍ଷୀ ଅଧିକାରୀ କାର୍ଯ୍ୟାଳୟ ବା ଏସପି ଅଫିସ ଘେରାଉ କରାଯିବ । ଦରକାର ପଡ଼ିଲେ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯିବ ଏବଂ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି କୋଶଳ ସେନା ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Leave a Reply

Back to top button
error: Content is protected !!