?????

ପ୍ରାର୍ଥୀଙ୍କ ଛାତି ଧଡ ଧଡ, ଶନିବାରଠୁ ଭୋଟ୍ ଗଣତି

ଭୁବନେଶ୍ୱର: ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀଙ୍କ ଛାତି ଧଡ ଧଡ । ରାତି ପାହିଲେ ଖୋଲିବ ଭୋଟ୍ ବାକ୍ସ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଭୋଟ୍ ଗଣତି ଶେଷ ନହେବା ଯାଏ ଗଣତି ଚାଲିବ । ତେଣୁ ୨୬, ୨୭ ଏବଂ ୨୮ ରେ ଭୋଟ୍ ଗଣତି କେତେବଳେ ସରିବ ସେ ନେଇ ନିର୍ଦ୍ଦିଷ୍ଟ ସମୟ ସ୍ଥିର ହୋଇନି।

ପ୍ରଥମ ଥର ପାଇଁ ବ୍ଲକ ଅଫିସରେ ଗଣତି ହେବାକୁ ଯାଉଛି । ବିଡିଓ ଓ କାଉଣ୍ଟିଂ କର୍ମଚାରୀଙ୍କୁ ଏ ନେଇ ପ୍ରଶିକ୍ଷଣ ଦିଆଯାଇଛି । ରାଜ୍ୟର ୩୧୪ ବ୍ଲକରେ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ୍ ଗଣତି ହେବ । ପ୍ରଥମ ଦିନରେ ସକାଳ ୩୦ ଜିଲ୍ଲାର ୩୧୫ ଜୋନରେ ଗଣତି ହେବ। ଦ୍ୱିତୀୟ ଦିନରେ ୩୦୭ ଜୋନ୍ ଏବଂ ଶେଷ ଦିନରେ ୨୨୯ ଜିଲ୍ଲା ପରିଷଦ ଜୋନର ଗଣତି ହେବ । ଏହି ସମୟରେ ପ୍ରତି ଜିଲ୍ଲା ପରିଷଦ ଜୋନ୍ ଅଧିନରେ ଥିବା ପଞ୍ଚାୟତ ଏବଂ ଓ୍ୱାର୍ଡର ଭୋଟ୍ ଗଣତି ହେବ।

ପ୍ରତି ପଞ୍ଚାୟତର ଓ୍ୱାର୍ଡ ଅନୁଯାୟୀ ବ୍ଲକରେ ଥିବା କାଉଣ୍ଟିଂ ହଲରେ ଟେବୁଲ ରହିବ । ଭୋଟ ବାକ୍ସ ରାଜନୀତିକ ଦଳର ଏଜେଣ୍ଟଙ୍କ ଆଗରେ ଖୋଲିଯିବ । ଏହା ପରେ ଓ୍ୱାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପୀ, ସମିତି ସଭ୍ୟ ପାଇଁ ନୀଳ ଏବଂ ଜିଲ୍ଲା ପରିଷଦ ପାଇଁ ଧଳା ବାଲଟ ପେପରକୁ ଅଲଗା କରି ୫୦ ଟିକିଆ ବଣ୍ଡଲ କରାଯିବ । ପ୍ରଥମ ରାଉଣ୍ଡ ଗଣତି ପରେ ଓ୍ୱାର୍ଡ ମେମ୍ବରଙ୍କ ଗଣତି ଓ ଫଳାଫଳ ବାହାରିବ ।

Related Articles

Leave a Reply

Back to top button
error: Content is protected !!