?????

ଘରୋଇ ହସ୍ପିଟାଲରେ ସରକାରୀ କୋଭିଡ ଟିକାକରଣ ଆଉ ମିଳିବନି

ଭୁବନେଶ୍ୱର: ଗୁରୁବାର ଓଡ଼ିଶା ସରକାର ସମସ୍ତ ଘରୋଇ ହସ୍ପିଟାଲରେ ସରକାରୀ ଟିକାକରଣ ପ୍ରକ୍ରିୟାକୁ ବାତିଲ କରିଛନ୍ତି। ଯେହେତୁ ଏବେ ଟିକାକରଣ ପ୍ରକ୍ରିୟା ଆଉ ରାଜ୍ୟ ସରକାରଙ୍କ ହାତରେ ନାହିଁ। ଯାହା କରୁଛି କେନ୍ଦ୍ର। ତେଣୁ ରାଜ୍ୟ ସରକାର ଘରୋଇ ହସ୍ପିଟାଲକୁ ଟିକା ଆଉ ଯୋଗାଇ ପାରିବେ ନାହିଁ। ତେଣୁ ଏହାକୁ ଦେଖି ରାଜ୍ୟ ସରକାର ସମସ୍ତ ଜିଲ୍ଲା, ପୌରାଞ୍ଚଳରେ ଥିବା ପ୍ରଶାସନିକ ଅଧିକାରୀଙ୍କୁ ଚିଠି ଲେଖି ଟିକା ଉପଲବ୍ଧ କରାଇପାରିବେ ନାହିଁ ବୋଲି କହିଛନ୍ତି। ଏଥିସହ ଯାହା ସେମାନଙ୍କୁ ଦିଆଯାଇଛି ତାକୁ ତୁରନ୍ତ ଫେରସ୍ତ ଆଣିବା ପାଇଁ ରାଜ୍ୟ ସରକାର ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଏବେ ଘରୋଇ ହସ୍ପିଟାଲରେ ଯେଉଁ ଟିକା ମିଳିବ ତାହା ଟିକା କମ୍ପାନୀ ପାଖରୁ ସେମାନେ ଯାହା କିଣିଥିବେ।

 

Related Articles

Leave a Reply

Back to top button
error: Content is protected !!