?????

କିଏ ହେବ ବ୍ରଜରାଜନନଗରର ବାଜିଗର, ଆଜି ଆସିବ ଫଳାଫଳ

ଝାରସୁଗୁଡା: ଆଜି ଭୋଟ୍ ବାକ୍ସ ଖୋଲିବା ପରେ ଜଣାପଡିବ କିଏ ହେବ ବ୍ରଜରାଜନଗର ବାଜିଗର । ଭୋଟ୍ ବାକ୍ସରେ ରହିଛି ୧୧ ପ୍ରାର୍ଥୀଙ୍କ ଭାଗ୍ୟ । ଭୋଟ ଗଣତି କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ଅଫିସ ପାଖରୁ ଆରମ୍ଭ କରି ଭୋଟ୍ ଗଣତି କେନ୍ଦ୍ର ଯାଏ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଓଡ଼ିଶା ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଲୋହାନୀ କହିଛନ୍ତି, ସକାଳ ୮ଟାରୁ ଝାରସୁଗୁଡ଼ା ଇଞ୍ଜିନିୟରିଂ କଲେଜରେ ଭୋଟ୍ ଗଣତି ଆରମ୍ଭ ହେବ। ଗଣତି ପାଇଁ ୧୪ଟି ଟେବୁଲ ରହିବ। ୨୦ଟି ରାଉଣ୍ଡରେ ହେବାକୁ ଥିବା ଗଣତି ପ୍ରକ୍ରିୟା ପାଇଁ ପ୍ରତି ଟେବୁଲ ପାଇଁ ତିନି ଜଣ ଲେଖାଏଁ କର୍ମଚାରୀଙ୍କୁ ଆବଣ୍ଟନ କରାଯିବ। ପ୍ରଥମ ୩୦ ମିନିଟରେ ପୋଷ୍ଟାଲ ବାଲାଟ ଗଣତି ହେବାକୁ ଥିବା ବେଳେ ସକାଳ ୮.୩୦ରୁ ଇଭିଏମ୍ ପାଇଁ ଗଣତି ଆରମ୍ଭ ହେବ।

ଗଣତି ବେଳେ ପ୍ରାର୍ଥୀମାନଙ୍କ ଏଜେଣ୍ଟ ରହିବେ । ସେହିପରି ପ୍ରତି ଟେବୁଲରେ କାଉଣ୍ଟିଂ ଆସିଷ୍ଟାଣ୍ଟ, କାଉଣ୍ଟିଂ ସୁପରଭାଇଜର ଓ ମାଇକ୍ରୋ ଅବଜର୍ଭର ମଧ୍ୟ ରହିବେ। ୨୦ ରାଉଣ୍ଡ ଗଣତି ପାଇଁ ୬୦ ଜଣ ଗଣତି କର୍ମଚାରୀ ନିୟୋଜିତ ହେବେ। ସମସ୍ତଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଲୋହାନୀ କହିଛନ୍ତି। ପ୍ରତି ରାଉଣ୍ଡ ଗଣତି ପରେ ଫଳାଫଳ ଘୋଷଣା କରାୟିବ। ଅପରାହ୍ନ ପ୍ରାୟ ୩ଟାରେ ଗଣତି ଶେଷ ହୋଇ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ଭୋଟ ଗଣତି କେନ୍ଦ୍ର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସୂଚନାଯୋଗ୍ୟ,  ଏହି ବହୁ ପ୍ରତିକ୍ଷିତ ଉପନିର୍ବାଚନ ପାଇଁ ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସର କିଶୋର ଚନ୍ଦ୍ର ପଟେଲଙ୍କ ସମେତ ମୋଟ ୧୧ ଜଣ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ପଡିଛି। ବିଧାୟକ କିଶୋର କୁମାର ମହାନ୍ତିଙ୍କର ଡିସେମ୍ବରରେ ଅକାଳ ବିୟୋଗ ପରେ ଏହି ଆସନରେ ଉପନିର୍ବାଚନ ହୋଇଛି।

Related Articles

Leave a Reply

Back to top button
error: Content is protected !!