ନକିଲ ଔଷଧ ଜବତ ଘଟଣା, ଏଫଆଇଆର ଦାଖଲ

0
133

କଟକ: କଟକ ଜିଲ୍ଲା ଡ୍ରଗ୍ ଇନ୍ସପେକ୍ଟର ଗୁରୁବାର ନକଲି ଔଷଧ ମାମଲାରେ ଏକ ଏତଲା ଦେଇଛନ୍ତି। ଜବତ ହୋଇଥିବା ନକଲି ଔଷଧ ଦୋକାନର ମାଲିକ ଶିବ ପ୍ରସନ୍ନ ଜେନାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ଡ୍ରଗ୍ ଇନ୍ସପେକ୍ଟର ଏହି ଏତଲା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେବା ପରେ ଏକ ଏସଟିଏଫ ଗଠନ କରାଯାଇଛି।

ଡ୍ରଗ୍ କଣ୍ଟ୍ରୋଲ୍ ନିର୍ଦ୍ଦେଶାଳୟ ଶୁକ୍ରବାର କାନିକା ଠାକୁର ଏକ ମେଡିସିନ୍ ଗୋଡାଉନ୍ ଉପରେ ଚଢ଼ାଉ କରି କୋଭିଡ୍ ଔଷଧ ଭାବରେ ବିକ୍ରି ହେଉଥିବା 17,000 ରୁ ଅଧିକ ଜାଲ୍ ଔଷଧ ଜବତ କରିଥିଲା। ପରେ ପରେ ଏହି ଲିଙ୍କରେ ବିଭିନ୍ନ ଜିଲ୍ଲାରୁ ଯଥାକ୍ରମେ ସୁନ୍ଦରଗଡ଼ର ରାଉରକେଲା ଏବଂ ଝାରସୁଗୁଡାରୁ ଜାଲ୍ କମ୍ପାନୀର ଔଷଧ ଜବତ କରିଛନ୍ତି ସଂପୃକ୍ତ ଜିଲ୍ଲାର ଡ୍ରଗ୍ସ ଇନସପେକ୍ଟର।