?????

ରାଜ୍ୟରେ ବଢୁଛି ଆରୋଗ୍ୟ ହାର, କମୁଛି ସଂକ୍ରମଣ; ଏଥର ଅନ୍ ଲକ ହେବ !

ଭୁବନେଶ୍ୱର: ଦେଶ ସହିତ ରାଜ୍ୟରେ କରୋନା ସଂକ୍ରମଣ କମୁଛି। ଏବେ ଏହି ହାର 10%ରୁ ତଳେ ପହଞ୍ଚିଛି। ତେଣୁ ଜୁନ୍ 17ରେ ଲକଡାଉନ୍ ଅବଧି ଶେଷ କରି ରାଜ୍ୟ ସରକାର ଅନଲକ୍ କରିବାକୁ ଯୋଜନା କରୁଛନ୍ତି। ଶନିବାର ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଯଦି କରୋନାର ପଜିଟିଭିଟି ଏହି ଭଳି ଭାବରେ କମି ଚାଲିବ ତାହେଲେ ଧୀରେ ଧୀରେ ଲକଡାଉନ୍ ନିୟମ କୋହଳ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

ଗତ 24 ଘଣ୍ଟା ମଧ୍ୟରେ 7,395 ଜଣ ବ୍ୟକ୍ତି କରାେନାରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଏବେ ମୋଟ 8,06,094 ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। 30ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 4,169 ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଅବଶିଷ୍ଟ ଆକ୍ରାନ୍ତ 3,226 ଜଣ ଲୋକାଲ କେସ ବୋଲି କୁହାଯାଉଛି। ଗତକାଲି ମୋଟ 70,313 ନମୁନା ପରୀକ୍ଷା କରାଯାଇଥିଲା।

ଖୋର୍ଦ୍ଦା ଜିଲ୍ଲାରେ 1069 ଅଧିକ ସଂକ୍ରମିତ ହୋଇଥିଲେ। ଏହାପରେ କଟକ ଏବଂ ଯାଜପୁର ଯଥାକ୍ରମେ 868 ଏବଂ 516 ରେକର୍ଡ ହୋଇଛି।

Related Articles

Leave a Reply

Back to top button
error: Content is protected !!