କୋରିଆନ୍ ପପ ଷ୍ଟାର ଅଡିସନରେ ଚମକିଲେ ଝାରସୁଗୁଡାର ଝିଅ
ଝାରସୁଗୁଡା: କୋରିୟାନ ପୋପ ଷ୍ଟାର ଅଡ଼ିସନରେ ଚମକିଛନ୍ତି ଝାରସୁଗୁଡାର ଝିଅ। ତାଙ୍କ ନାମ ଶ୍ରୀୟା ଲେଙ୍କା । ବୟସ ୧୮ । କେ-ପୋପ ଷ୍ଟାରରେ ସେ ଚମକିଛନ୍ତି । ଶ୍ରୀୟାଙ୍କ ଏହି ସଫଳତା ପରେ ସାରା ରାଜ୍ୟରେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏଭଳି ସଫଳତା ପାଇବା ପରେ ସେ ଦେଶର ପ୍ରଥମ ଝିଅ ।
ଶ୍ରୀୟାଙ୍କୁ ଗତ ବର୍ଷ ରାଉରକେଲା ଠାରେ ଚୟନ କରାଯାଇଥିଲା। ୟୁଟ୍ୟୁବ ଜରିଆରେ ୪୦୦୦ ଜଣ ପ୍ରତିନିଧିଙ୍କ ମଧ୍ୟରୁ ଶ୍ରୀୟା ଏବଂ ବ୍ରାଜିଲର ଜଣେ ପ୍ରତିନିଧି ବିଜୟ ଲାଭ କରିଛନ୍ତି। ଏହି ଅଡିସନଟି କେ ପପ୍ ଗ୍ରୁପ୍ର ବ୍ଲାକ ସ୍ୱାନର ପଂଚମ ସଦସ୍ୟ ପାଇଁ ଅନୁଷ୍ଠିତ ହୋଇଥିଲା।
ଶ୍ରୀୟା କୋରିଆର ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କର ପିଲାଦିନ ଠାରୁ ନୃତ୍ୟ ଉପରେ ରୁଚି ଥିଲା କିନ୍ତୁ ସେ ତାଙ୍କର ୧୨ ବର୍ଷ ବୟସରେ ନୃତ୍ୟ ଅଭ୍ୟାସ କରିବା ଆରମ୍ଭ କରିଥିଲେ। ତାଙ୍କର ଏହି ସଫଳତା ହାସଲ ପରେ ତାଙ୍କ ଘର ଲୋକଙ୍କ ମୁହଁରେ ଏକ ଭିନ୍ନ ପ୍ରକାରର ଖୁସି ଫୁଟି ଉଠିଛି। ଶ୍ରେୟା ୨୦୦୩ ମସିହାରେ ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ, ଗାୟକ ଏବଂ ଯୋଗ ଅଭ୍ୟାସକାରୀ ଶ୍ରେୟାଙ୍କୁ ଦକ୍ଷିଣ କୋରିଆର କୋରିଆ ମ୍ୟୁଜିକ୍ ଲେବଲ୍ ଡିଆର୍ ମ୍ୟୁଜିକ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ତାଲିମ ଦିଆଯାଉଥିଲା।
ଶ୍ରେୟାଙ୍କ ବାପା ଅବିନାଶ ଲେଙ୍କା କହିଛନ୍ତି, ଝିଅର ଆରମ୍ଭରୁ ଶେଷ ଯାଏ ଯାତ୍ରା ବହୁତ କଷ୍ଟ ଥିଲା। କିନ୍ତୁ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଝିଅ ସାମ୍ନା କରୁଥିଲା। ଏବେ ଝିଅ ଅନ୍ତର୍ଜାତୀୟ ସ୍ତରରେ ସଫଳ ହେବାପରେ ଖୁସି ଲାଗୁଛି।
ସେହିପରି ଶ୍ରେୟାଙ୍କ ମା ପ୍ରିୟା ଲେଙ୍କା କହିଛନ୍ତି, ଝିଅର ସଫଳତାରେ ବାପା ମା ହିସାବରେ ବହୁତ ଖୁସି । ରାତି ଦିନ ଝିଅ ପ୍ରୟାସ କରୁଥିଲା। ଆଉ ଏବେ ସଫଳ ହୋଇଛି । ଝିଅ ପ୍ରଥମ ଅଡିସନରେ ସିଲେକ୍ଟ ହୋଇସାରିବା ପରେ ବିଶ୍ୱାସ ହେଉନଥିଲା। ପରେ କିନ୍ତୁ ଗୋଟିଏ ପରେ ଗୋଟିଏ ସଫଳତା ପାଇଥିଲା।
ଗତ ବର୍ଷ ଡିସେମ୍ବରରୁ ଦୁଇ ମାସର ତାଲିମ୍ ଅବଧି ଆରମ୍ଭ କରିବା ପାଇଁ ଭାରତୀୟ ପ୍ରଶିକ୍ଷକ ଭାବେ ଶ୍ରେୟା ଏବଂ ବ୍ରାଜିଲର ପ୍ରଶିକ୍ଷକ ଭାବେ ଗାବ୍ରିଏଲା ଡାଲସିନ୍ଙ୍କୁ ମନୋନୀତ କରାଯାଇଥିଲା। ଶ୍ରେୟା ଦକ୍ଷିଣ କୋରିଆରେ ରହି କୋରିଆ ଭାଷା ଶିଖିବା ସହିତ ଅନେକ ଜିନିଷ ପାଇଁ ତାଲିମ ନେଉଛନ୍ତି।