ଏହିଆଧାରରେ ମୋଦି ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ!

ନୂୂଆଦିଲ୍ଲୀ: ବୁଧବାର ଅର୍ଥାତ୍ ଜୁଲାଇ 7 ସନ୍ଧ୍ୟା 5ଟା 30ରେ କେନ୍ଦ୍ର କ୍ୟାବିନେଟର ନୂଆ ରୂପ ଦେଖିବାକୁ ମିିିଳିବ। ରାଷ୍ଟ୍ରପତି ଭବନରେ ନୂଆ ମନ୍ତ୍ରୀ ମାନେ ଶପଥ ନେବେ। ଏହାପୂର୍ବରୁ ଅନେକ ସମ୍ଭାବ୍ୟ ନେତାଙ୍କ ନାମ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ସେଥିମଧ୍ୟରୁ ଅଧିକାଂଶ ଦିଲ୍ଲୀରେ ପହଞ୍ଚିଛନ୍ତି। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲା, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ନାରାୟଣ ରାଣେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟାନ୍ୟ ନାମ ତଥା ବିଜେପିର ସହଯୋଗୀଙ୍କ ନାମ ମଧ୍ୟ ଆସିଛି, ଯେଉଁମାନେ ମୋଦି କ୍ୟାବିନେଟରେ ସାମିଲ୍ ହୋଇପାରନ୍ତି।
ତେବେ ଦ୍ୱିତୀୟ ଇନିଂସରେ ଅନେକ ବିଲକୁ ନେଇ ବିବାଦରେ ରହିଛନ୍ତି ମୋଦି ସରକାର। କୁହାଯାଏ ଅନେକ ମନ୍ତୀ ମାନେ ଦକ୍ଷତା ଅନୁସାରେ ବିଭାଗ ପାଇ ନାହାନ୍ତି। ତେଣୁ ଆଇନ ବାବଦରେ ବିରୋଧୀଙ୍କୁ ଠିକ୍ ଭାବରେ ବୁଝାଇ ପାରୁ ନାହାନ୍ତି। ତେଣୁ ଏବେ ମୋଦି ତାଙ୍କର ନୂଆ ମନ୍ତ୍ରିମଣ୍ଡଳ ଗଢ଼ିବା ବେଳେ 5ଟି ଦିଗରେ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହେଉଛି। ଯେମିତିକି ଯୁବ ଚେହେରାକୁ ମନ୍ତ୍ରୀ କରାଇ ସରକାରକୁ ଆହୁରି ସକ୍ରିୟ କରିବା, ରାଜ୍ୟ ଉପରେ ଅଧିକ ଅନୁଭ ରଖିଥିବା ଚେହେରା, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନ ସହ ଜଡିତ ବ୍ୟକ୍ତି, ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଏବଂ ଉଚ୍ଚ ଶିକ୍ଷିତ ନେତାଙ୍କୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଥିବା ସୂଚନା ରହିଛି।