?????

ମୌସୁମୀ ଛୁଇଁଲା ଓଡ଼ିଶା, ଝାରସୁଗୁଡାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: କେରଳରେ ଦୁଇ ଦିନ ବିଳମ୍ୱରେ ଅର୍ଥାତ୍ ଜୁନ୍ 3ରେ ମୌମୁମୀ ଛୁଇଁଥିଲା। ଏହି ଆଧାରରେ ଓଡ଼ିଶାରେ ମୌସୁମୀ ଜୁନ୍ 14ରେ ଛୁଇଁବ ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ 10 ତାରିଖରେ ଓଡ଼ିଶାରେ ମୌସୁମୀ ଛୁଇଁଛି। ଅର୍ଥାତ୍ ଓଡ଼ିଶାରେ ଠିକ୍ ସମୟରେ ମୌସୁମୀ ଛୁଇଁଛି।

ଆଗାମୀ ଦୁଇ ଦିନରେ ସାରା ରାଜ୍ୟରେ ମୌସୁମୀ ବାୟୁ ଛୁଇଁବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। 10 ତାରିଖରୁ 14 ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ 11 ତାରିଖରେ ଘୁନିଭୂତ ହେବ। ତେଣୁ ଏସଆରସି କମିଶନର ପ୍ରଦୀପ ଜେନା ପାଣିପାଗ ବିଭାଗ ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କହିଛନ୍ତି।

ପ୍ରବଳ ବର୍ଷା ହେଲେ ମାଟି ଧସିବାର ସୂଚନା ରହିଛି। ତେଣୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପ୍ରବଳ ବର୍ଷା ପ୍ରଭାବରେ ଅଧିକାଂଶ ନଦୀରେ ବନ୍ୟା ଆସିପାରେ। କ୍ଷୟକ୍ଷତି ରୋକିବା ଲାଗି ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Back to top button
error: Content is protected !!