?????
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଝାରସୁଗୁଡା: ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 77 ତମ ଜନ୍ମ ଜୟନ୍ତୀ। ଝାରସୁଗୁଡା ଜିଲ୍ଲା କଂଗ୍ରେସ ଭବନରେ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଯାଇଥିଲା। ମୋଟ୍ 31 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ରହିଛି।
ଏହି ଅବସରରେ ଜିଲ୍ଲା କଂଗ୍ରେସର ଉପସଭାପତି ସିଆରାମ ଦାସ, ଟାଉନ ପ୍ରେସିଡେଣ୍ଡ ସଞ୍ଜୟ କୁମାର ମହାପାତ୍ର, ଏନଏସୟୁଆଇ ସଭାପତି ନବନୀତ କୌର, ନିକିତା ଶୁକ୍ଳା, ଶାହରୁଖ ଖାନ୍, ରାହୁଲ ଠକର, ବବଲୁ ତ୍ରିପାଠୀ, ମନୀଷ ବାଜପେୟୀ, ନିଶାନ୍ତ ପରଓ୍ୱିନ୍, ମହମ୍ମଦ ଆଫ୍ରିଦି, ମହମ୍ମଦ ଓ୍ୱକିଲ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।