ବ୍ରଜରାଜନଗର ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ

ଝାରସୁଗୁଡ଼ା: ଶନିବାର ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ କରକମଳରେ ଟି ଆର ଏଲ୍ କୋରାସାକି ପାରିପାର୍ଶିକ ଉନ୍ନୟନ ପାଣ୍ଠିରୁ ଗୁମାଡେରା ଶିବ ମନ୍ଦିର ଠାରେ 17.60 ଲକ୍ଷ୍ୟ ବ୍ୟୟ ଅଟକଳରେ ଏକ ଗୋଷ୍ଠୀକେନ୍ଦ୍ର, ଗୁମାଡେରା ଜଗନ୍ନାଥ ମନ୍ଦିରଠାରେ 6.20 ଲକ୍ଷ ବ୍ୟୟ ଅଟକଳରେ ଏକ ଭୋଗ ଘର ଏବଂ ବେଲପାହାଡ଼ ମ୍ୟୁନିସିପାଲଟି ୱାର୍ଡ ନମ୍ବର 6 ଠାରେ ଏକ ଅଙ୍ଗନବାଡି କେନ୍ଦ୍ର 2.62 ଲକ୍ଷ୍ୟ ବ୍ୟୟ ଅଟକଳରେ ଉଦଘାଟିତ ହୋଇଯାଇଛି।
ଏହି ଶୁଭ ଅବସରରେ ବେଲପାହାଡ଼ ପୌର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ତିୱାରୀ, ଟି ଆର ଏଲ୍ ପକ୍ଷରୁ ଶ୍ରୀଯୁକ୍ତ ଡକ୍ଟର ସନ୍ତୋଷ ମିଶ୍ର, ଶ୍ରୀଯୁକ୍ତ ଶଶାଙ୍କ ଦୀକ୍ଷିତ,ଶ୍ରୀଯୁକ୍ତ ଶ୍ୟାମ ସତପଥୀ,ଶ୍ରୀଯୁକ୍ତ ଶମ୍ଭୁ ମହାନ୍ତି, ଶ୍ରୀଯୁକ୍ତ ବିଶ୍ଵନାଥ ନାୟକ,ଶ୍ରୀଯୁକ୍ତ କୈଳାଶ ନାଏକ, ଗୁଣ ପତି, ରତ୍ନା ବିଶ୍ୱାସ, ରଞ୍ଜିତା ବିଶ୍ଵାଳ, ଦିନେଶ କରାଳୀ, ଦିଲ୍ଲୀପ ଧୁରୁଆ, ଅଜିତ ବହିଦାର,ଆସିଫ୍ ଖାନ୍, ଶୁଭେନ୍ଦୁ ପଟ୍ଟନାୟକ, ବବିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।