ଅଭାବୀ ଲୋକଙ୍କୁ ଖାଦ୍ୟ ବାଣ୍ଟିଲା ରୋହିଦାସ ଫାଉଣ୍ଡେସନ

0
55

ଝାରସୁଗୁଡା: ଭୋକରେ ରହୁଥିବା କିମ୍ୱା ଅଭାବରେ ରହୁଥିବା ଲୋକଙ୍କୁ ଗ୍ରୋସରୀ ଏବଂ ଖାଦ୍ୟ ପ୍ୟାକେଟ ବାଣ୍ଟିଛନ୍ତି ରୋହିଦାସ ମହାନ୍ତି ଫାଉଣ୍ଡେସନର ସଦସ୍ୟମାନେ। ଶୁକ୍ରବାର ବେହେରାପାଲି, ପାଣ୍ଡ୍ରିପାଠର ଏବଂ ବେହେରାପାଟର ଅଭାବୀ ଲୋକଙ୍କୁ ଅମୃତ କାଲାଶା ଅଧୀନରେ ଏପରି ମହତ କାମ କରିଛନ୍ତି ରୋହିଦାସ ଫାଉଣ୍ଡେସନର ସଦସ୍ୟ।

ରୋହିଦାସ ମହାନ୍ତି ଫାଉଣ୍ଡେସନର ସଭାପତି ସୂର୍ଯ୍ୟ ମହାନ୍ତି କହିଛନ୍ତି ଯେ ଏହି ଅଭିଯାନରେ ତିନି ଗାଁର ପ୍ରାୟ 16 ପରିବାର ସଦସ୍ୟ ଉପକୃତ ହୋଇଛନ୍ତି ଏବଂ ଏହି ଅଭିଯାନ ମାସ ସାରା ଚାଲିବ।