?????
ପାଣି ସମସ୍ୟା ନେଇ ଉଦବେଗ ପ୍ରକାଶ କଲା କଂଗ୍ରେସ

ଝାରସୁଗୁଡା: ଟାଇଁ ଟାଇଁ ଖରାର ପ୍ରଭାବରେ ଏବେ ପାଣି ମାଟି ତଳକୁ ଖସି ଯାଇଛି। ତେଣୁ ଜିଲ୍ଲାର ସହରରେ ଯେଉଁମାନେ ବସବାସ କରୁଛନ୍ତି ସେମାନେ ଜଳ ସମସ୍ୟାରେ ଧନ୍ଦି ହୋଇଗଲେଣି। ଜିଲ୍ଲାଟି ଶିଳ୍ପନଗରୀ ହୋଇଥିବାରୁ ଭୂତଳ ଜଳ ଏବେ ବହୁ ଦୂରକୁ ପଳାଇଲାଣି। ସେହିପରି ନାଳରେ କଳକାରଖାନାରୁ ନିର୍ଗତ କେମିକାଲ ପାଣି ବୋହି ଯାଇଛି। ଲୋକମାନେ ପାଣି ପାଇଁ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ହେଲେ ପ୍ରଶାସନର ଏଥିପ୍ରତି ନିଘା ନାହିଁ। ମୁଖ୍ୟତଃ ଜଳ ଯୋଗାଣ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବା କଂଗ୍ରେସ ଅଭିଯୋଗ କରିଛି।
ଏ ନେଇ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଅଓ୍ୱସ୍ତୀ ଜିଲ୍ଲା ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖ ଅବଗତ କରାଇଛନ୍ତି। ଆବଶ୍ୟକ ପଦକ୍ଷେପ ନିଆଯାଇ ସମସ୍ୟାର ସମାଧାନ ହେବା ଜରୁରୀ ବୋଲି ଭାରତ ଅଓ୍ୱସ୍ତୀ ଦାବି କରିଛନ୍ତି।