କୋଭିଡ ଆର୍ମକୁ ଅକ୍ସିଜେନ କନସେନଟ୍ରେଟର ଦେଲା JSW ଭୂଷଣ ପାୱାର ଆଣ୍ଡ ଷ୍ଟିଲ

0
163

ଝାରସୁଗୁଡା: କରୋନା ମହାମାରୀ ବେଳେ ଏବେ ଅକ୍ସିଜେନ କନସେନଟ୍ରେଟର ଅଭାବ ରହିଛି। ଏହି ସମୟରେ ଲୋକଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛି ଜିଲ୍ଲାର ଅଗ୍ରଣୀ କମ୍ପାନୀ JSW ଭୂଷଣ ପାୱାର ଆଣ୍ଡ ଷ୍ଟିଲ। ଅଭାବୀ ଲୋକଙ୍କୁ ସହାୟତା ଯୋଗାଇ ଦେଉଥିବା ଏକ ସଂଗଠନ ଝାରସୁଗୁଡା କୋଭିଡ ଆର୍ମିକୁ ଏହି କମ୍ପାନୀ ପାଞ୍ଚଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରିଛି।

ମାରୱାଡି ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଝାରସୁଗୁଡା କୋଭିଡ ଆର୍ମି ସଦସ୍ୟଙ୍କ ଉପସ୍ଥିତିରେ JSW ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଏହି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରିଛି। ଏହି ଅବସରରେ ଝାରସୁଗୁଡା କୋଭିଡ ଆର୍ମିର ସଦସ୍ୟ ସୁରେଶ ଗାନ୍ଧୀ, ଅଶୋକ ଗାନ୍ଧୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ହିମାଂଶୁ ବାରପଣ୍ଡା, ମହେନ୍ଦ୍ର କେଡିଆ, ଆଶିଷ ବଦାନ, ସିଏ ମନୀଷ ଶାହା, ପୱନ ସୁଲତାନିଆ, ସଚିନ ଶର୍ମା, ଆନନ୍ଦ ଶର୍ମା, ମନସୀ ପଣ୍ଡା, ଓମପ୍ରକାଶ ଖେଟନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।