?????

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପାର୍ବଣ ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ଆରମ୍ଭ ହୋଇଛି ପାର୍ବଣ ଋତୁ। ସାରା ଓଡ଼ିଶା ଉତ୍ସବ ମୁଖର ମୁହାଁ। ଏହି ସମୟରେ ସୋମବାର ସରକାର କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରାୟ ୩% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ରାଜ୍ୟର ସାଢେ ସାତ ଲକ୍ଷ କର୍ମଚାରୀ ଓ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡିଛି। ଯେଉଁଥିରେ ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩ ଲକ୍ଷ ୫୦ ହଜାର ପେନ୍‌ସନ୍‌ଭୋଗୀ ଉପକୃତ ହେବେ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ମାସ ଠାରୁ ଲାଗୁ ହେବ। ତେବେ ବର୍ଦ୍ଦିତ ମହଙ୍ଗା ଭତ୍ତା ସହିତ କର୍ମଚାରୀଙ୍କ ମହଙ୍ଗା ଭତ୍ତା 31 ପ୍ରତିଶତରୁ 34 ପ୍ରତିଶତକୁ ବୃଦ୍ଧି କରାଯାଇଛି।

Related Articles

Leave a Reply

Back to top button
error: Content is protected !!