ପ୍ରବଳ ଖରା: ସାଧାରଣ ବସ୍ ସେବା ପାଇଁ ଗାଇଡ୍ ଲାଇନ୍ ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର: ଆଜିଠାରୁ ବଢିବ ତାପମାତ୍ରା । ଏହାକୁ ନଜରରେ ରଖି ପରିବହନ ବିଭାଗ ସାଧାରଣ ବସ୍ ସେବା ଉପରେ ଗାଇଡ୍ ଲାଇନ ଜାରି କରିଛି। ପ୍ରବଳ ଖରାର ମୁକାବିଲା ପାଇଁ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଅଧିକ ଖରା ପାଇଁ ସାଧାରଣ ପରିବହନ ପାଇଁ ବସ୍ ସେବା ଉପରେ ପ୍ରତିବନ୍ଧକ ଲଗାଇଛି।
“ପରିବହନ ବିଭାଗ ବିଶୁଦ୍ଧ ପାନୀୟ ଜଳ, ବସରେ ORS ଏବଂ ବସଷ୍ଟାଣ୍ଡରେ ଥଣ୍ଡା ବିଶ୍ରାମାଗାର ବ୍ୟବସ୍ଥା କରିବ। ଯାତ୍ରୀଙ୍କ ଭିଡ଼କୁ ଏଡାଇ ଦିଆଯିବ ବୋଲି ଗାଇଡଲାଇନରେ ଦର୍ଶାଯାଇଛି। “ବସଷ୍ଟାଣ୍ଡ ନିକଟରେ ପାନୀୟ ଜଳର ବ୍ୟବସ୍ଥା ସହିତ ଅସ୍ଥାୟୀ ପାସେଞ୍ଜର ସେଡ୍ ନିର୍ମାଣ କରାଯିବାକୁ ଥିବାବେଳେ । ଏନଏଚରେ ୱାଟର କିଓସ୍କ ସ୍ଥାପନ କରାଯିବ।
“ବିଭାଗର କାର୍ଯ୍ୟନିର୍ବାହୀ ୱିଙ୍ଗ ଦ୍ୱାରା ସଠିକ୍ ଯାଞ୍ଚ କରିବାକୁ ପଡିବ ଏବଂ ତ୍ରୁଟିପୂର୍ଣ୍ଣ ପରିବହନକାରୀ / ଅପରେଟରଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ। ଜିଲ୍ଲା ସ୍ତରରେ ଥିବା କଣ୍ଟ୍ରୋଲ୍ ରୁମଗୁଡ଼ିକ ଘଣ୍ଟା ଘଣ୍ଟା କାର୍ଯ୍ୟ କରିବ”।
ଜିଲ୍ଲାର ବସ୍ / ଟ୍ରକ୍ ଆସୋସିଏସନ୍ ଏବଂ ସ୍ଥାନୀୟ ଏନଜିଓଗୁଡ଼ିକ ଜନସଚେତନତା ଅଭିଯାନରେ ନିଜକୁ ଜଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିଟ୍ ୱେଭ୍ ମ୍ୟାନେଜମେଣ୍ଟ ପାଇଁ ପାଣ୍ଠି ଯୋଗାଣ କରାଯାଇପାରେ ବୋଲି କୁହାଯାଇଛି। ସମସ୍ୟାର ସମାଧାନ ପାଇଁ ନିୟମିତ ବୈଠକ ଅନୁଷ୍ଠିତ ହେବ।