?????

ବ୍ରଜରାଜନଗରରେ ତେଜୁଛି ଅଳକା-ନବ କଳି?

ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ ବେଳେ ଯଦିଓ ପରସ୍ପର ମଧ୍ୟରେ ଥିବା କନ୍ଦଳକୁ ଶାସକ ଦଳ ଚାପିବାରେ ସକ୍ଷମ ହୋଇଥିଲା କିନ୍ତୁ ଏବେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏବଂ ବ୍ରଜରାଜନଗର ବିଧାୟକ ଅଳକା ମହାନ୍ତିଙ୍କ ମଧ୍ୟରେ ଥିବା କନ୍ଦଳଟା ଜଳ ଜଳ କରି ଦେଖାଯାଉଛି। ଯାହାର ପ୍ରମାଣ ଲଖନପୁର ବ୍ଲକ ସିଡିପିଓ ଅଫିସ୍‌ର ନୂତନ କୋଠା ଦୁଇ ଥର ଉଦ୍‌ଘାଟନ ହେବା। ବିଧାୟିକା ଅଳକା ମହାନ୍ତି ଏହି କୋଠାର ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏହା ପୂର୍ବରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତିହିରିଆ ଦଳବଳ ସହ ଆସି ଏହାକୁ ଉଦ୍‌ଘାଟନ କରି ଦେଇଥିଲେ। ଯିଏକି ମନ୍ତ୍ରୀ ନବ ଦାସଙ୍କ ସମର୍ଥକ। ପରେ ବିଧାୟିକା ଆସି ଦ୍ବିତୀୟ ଥର ପାଇଁ ଉଦଘାଟନ କରିଥିଲେ।

ଲଖନପୁର ବ୍ଳକରେ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ନୂଆ ଘର ପାଇଁ ଦୁଇ ବର୍ଷ ତଳେ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଥିଲେ। ୨୬ ଲକ୍ଷ ୧୧ ହଜାର ଟଙ୍କା ମଞ୍ଜୁର କରିଥିଲେ ରାଜ୍ୟ ସରକାର। କୋଠା ନିର୍ମାଣ ସରିଥିଲା କିନ୍ତୁ ଏହାର ଉଦଘାଟନ ହୋଇନଥିଲା। କିନ୍ତୁ ସ୍ଥାନୀୟ ବିଧାୟିକା ଭାବେ ଅଳକା ମହାନ୍ତି ଏହାର ଉଦଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହେବା ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତିହିରିଆ ଆସି ଉଦଘାଟନ କରିଥିଲେ। ଉଦଘାଟନ ବେଳେ ମନ୍ତ୍ରୀ ନବ ଦାସ, ସାଂସଦ ସୁରେଶ ପୂଜାରୀ ଓ ବିଧାୟିକା ଅଳକା ମହାନ୍ତିଙ୍କ ନାମ ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ନାମ ରହିଥିଲା ଫଳକରେ। ଏହାପରେ ବିଧାୟିକା ଅଳକା ମହାନ୍ତି ଯେଉଁ ଉଦଘାଟନ କରିଥିଲେ ସେହି ଫଳକରେ ମନ୍ତ୍ରୀ ନବ ଦାସଙ୍କ ନାମ ନଥିଲା।ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଥିବା ସ୍ପଷ୍ଟ ହୋଇଛି।

ଦିବଂଗତ ବିଧାୟକ କିଶୋର ମହାନ୍ତି ଏବଂ ନବ ଦାସଙ୍କ ମଧ୍ୟରେ ବିବାଦ ଥିଲା। କିନ୍ତୁ ଗୋଟିଏ ଦଳରେ ଥିବାରୁ ଏହା ଚାପି ହୋଇ ରହୁଥିଲା। କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ନବ ଦାସ ଏହି ଆସନ ପାଇଁ ତାଙ୍କ ଝିଅକୁ ପ୍ରାର୍ଥୀ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦଳ ଦିବଂଗତ ବିଧାୟକଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଥିଲା।

Related Articles

Leave a Reply

Back to top button
error: Content is protected !!