?????

ବଦଳିବେ ବିରୋଧୀ ଦଳ ନେତା !

ଭୁବନେଶ୍ୱର: ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ଧରି ଅସୁସ୍ଥ ରହିଛନ୍ତି । ତେଣୁ ତାଙ୍କ ସ୍ଥାନରେ ନୂଆ ବିରୋଧୀ ଦଳର ନେତା କିଏ ହେବ ସେ ନେଇ ବିଜେପି ବିଧାୟକ ଦଳର ଏକ ବୈଠକ ହୋଇଛି । ଦିଲ୍ଲୀ ଗସ୍ତରେ ଏହି  ସମସ୍ତ ବିଧାୟକ ଥିବା ବେଳେ ଶୀର୍ଷ ନେତୃତ୍ୱଙ୍କୁ ଭେଟି ବିରୋଧୀ ଦଳର ନେତା ନେଇ ଆଲୋଚନା ହୋଇଥିବା ସୂଚନା ରହିଛି ।

ଚର୍ଚ୍ଚା ଭିତରେ ଭଦ୍ରକ ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଆଗରେ ରହିଥିବା ବେଳେ ବିଜେପି ବିଧାୟକ ମୋହନ ମାଝୀଙ୍କ ନାମ ରହିଛି । କିନ୍ତୁ ଚର୍ଚ୍ଚାରେ ସବୁଠୁ ଆଗରେ ରହିଛନ୍ତି ବିଷ୍ଣୁ ।ବିଷ୍ଣୁ ବିରୋଧୀ ଦଳର ନେତା ହେବା ପ୍ରସଙ୍ଗକୁ ନେଇ ଏବେ ଭଦ୍ରକରେ ଚର୍ଚ୍ଚା ହେଉଛି। ରାଜ୍ୟ ବିଜେପିର ଅନ୍ୟତମ ପ୍ରମୁଖ ନେତା ହେଉଛନ୍ତି ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର । ପୂର୍ବରୁ ମନ୍ତ୍ରୀ ମଧ୍ୟ ଥିଲେ । ବିଭିନ୍ନ ପ୍ରସଙ୍ଗରେ ଗୃହରେ, ଗୃହ ବାହାରେ ସରକାରକୁ ବେଶ ହଲପଟା କରୁଥିବା ଏହି ନେତା କିନ୍ତୁ ଚଳିତଥର ମଧ୍ୟ ବିରୋଧୀ ଦଳର ନେତା ହେବା ଚର୍ଚ୍ଚାରେ ନରହିବା ଦଳ ଭିତରରେ ଥିବା ଅନେକ ରଣନୀତିକୁ ବୁଝାଉଛି।

ଅନ୍ତିମ ବିଧାନସଭା ନିର୍ବାଚନ ପରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ସୁସମ୍ପର୍କ ରଖିବା ଲକ୍ଷ୍ୟରେ ଜୟନାରାୟଣ ବିରୋଧୀ ଦଳ ନେତା ହେବାକୁ ଉଚିତ ପ୍ରାର୍ଥୀ ନୁହନ୍ତି ବୋଲି ଦଳ ହୃଦବୋଧ କରିଥିଲା ବୋଲି ଚର୍ଚ୍ଚା ହୁଏ । ସେହିପରି କେନ୍ଦ୍ରମନ୍ତ୍ରୀଙ୍କ ସହିତ ଜୟନାରାୟଣଙ୍କ ସମ୍ପର୍କ ସେତେଟା ଭଲ ନୁହେଁ ବୋଲି ଜଣାପଡିଥିଲା । ଏବେ କିନ୍ତୁ ଏହି ସଂପର୍କରେ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳେ । କାରଣ ଶାସକ ବିଜେଡି ଦଳକୁ କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରିବା ପରେ ଜୟନାରାୟଣ ମଧ୍ୟ ବିଜେଡି ନେତାଙ୍କୁ ପ୍ରତି ଜବାବ ଦିଅନ୍ତି । ତେଣୁ ରାଜନୀତିର ମିଶାଣ ଫେଡାଣ ଅଙ୍କରେ ଜୟନାରାୟଣ ମଧ୍ୟ ବିରୋଧୀ ଦଳ ନେତା ପଦ ହାତେଇବା ଆଶଙ୍କା ମଧ୍ୟ ରହିଛି।

ଉଲ୍ଲେଖଯୋଗ୍ୟ, କରୋନାରେ ଆକ୍ରାନ୍ତ ହେବା ପରେ ବିରୋଧୀ ଦଳ ନେତା କୋଭିଡର ପରବର୍ତ୍ତୀ ଜଟିଳତାର ଶିକାର ହୋଇଛନ୍ତି । ସେ ଏବେ ଦିଲ୍ଲୀରେ ଦୀର୍ଘ ଦିନ ହେବ ଚିକିତ୍ସାଧୀନ ରହିଛନ୍ତି । ଅସୁସ୍ଥତା ପାଇଁ ସେ ବିଧାନସଭାରେ ମଧ୍ୟ ଉପସ୍ଥିତ ହୋଇପାରୁନାହାନ୍ତି।

Related Articles

Leave a Reply

Back to top button
error: Content is protected !!