?????

କାର ମେକାନିକଙ୍କ ପୁଅ ସିଏ ଟପ୍ପର

ଝାରସୁଗୁଡା: କାର ମେକାନିକ ସୟଦ ଅବଦୁଲ ଗଫରଙ୍କ ପୁଅ ସୟଦ ମହମ୍ମଦ ଇଜାଜ ଚାଟାର୍ଡ ଆକାଉଣ୍ଟ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଝାରସୁଗୁଡା ବେହେରମାଲ ସ୍ଥିତ କିଷାନ ଛକରେ ଅବଦୁଲ ଗଫର କାର ମେକିନକ ଭାବରେ କାମ କରନ୍ତି । ଆଜି ତାଙ୍କ ପୁଅ ସିଏ ପରୀକ୍ଷାରେ ଟପ୍ପର ହେବା ପରେ ତାଙ୍କୁ ଅନେକ ଶୁଭେଚ୍ଛା ମିଳିଛି । ସଫଳତା ପାଇବା ପରେ ଇଜାଜ କହିଛନ୍ତି କଠିନ ପରିଶ୍ରମ କରିବା ପରେ ଏହି ଫଳ ମିଳିଛି ।

କାର ମେକିନିକ ଗଫର କହିଛନ୍ତି, ଆମେ ମଙ୍ଗଳ ବଜାରରେ ରହୁଛୁ । ମୁଁ ହୁଏତ କାର ମେକାନିକ କିନ୍ତୁ ମୋର ଇଚ୍ଛା ଥିଲା ମୋର ପିଲାମାନେ କେମିତି ଭଲ ଶିକ୍ଷା ପାଇବେ । ତେଣୁ ମୁଁ ସବୁବେଳେ ମୋ ପିଲାଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦିଏ। ମୋର ବଡ ପୁଅ ସିଏରେ ଟପ୍ପର ହୋଇଛି । ସାନ ପୁଅ ଏବଂ ବିକମର ଶେଷ ବର୍ଷର ଛାତ୍ର ଥିବା ବେଳେ ସାନ ଝିଅ ଦଶମ ଶ୍ରେଣୀରେ ପାଠ ପଢୁଛି ।

Related Articles

Leave a Reply

Back to top button
error: Content is protected !!