?????

ପାର୍କିଂକୁ ନେଇ ବଚସା, ଛୁରୀ ଭୁସିଦେଲା ଯୁବକ

ଝାରସୁଗୁଡ଼ା: ପାର୍କିଂ ସମସ୍ୟାକୁ ନେଇ ବଚସା। ଜଣେ ୨୨ ବର୍ଷୀୟ ଯୁବକ ବେହେରାମାଲଠାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ଛୁରୀରେ ଆକ୍ରମଣ କରିଛି। ପୁଲିସ ଅଭିଯୁକ୍ତର ନାଁ ସୁମିତ ଭଗତ (୨୨) ବୋଲି କହିଛି। ତେବେ ପୀଡିତାଙ୍କ ନାଁ ହେମାନନ୍ଦ ବାଗ ବୋଲି ଜଣାପଡିଛି। ତାଙ୍କ ଘର ଭୁଲିଆଟିକ୍ରାର।

ପୋଲିସର ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି। ହେମାନନ୍ଦ ବାଗ ତାଙ୍କ ସ୍ତ୍ରୀ ଓ ଶିଶୁପୁତ୍ରଙ୍କ ସହ ବାଇକରେ ଯାଉଥିଲେ। ଏହି ସମୟରେ ସେ ସିଦ୍ଧେଶ୍ୱରୀ ମନ୍ଦିର ପଛପଟେ ତାଙ୍କ ଗାଡି ପାର୍କିଂ କରିଥିଲେ। ଏହି ସମୟରେ ଅଭିଯୁକ୍ତ ସୁମିତ ନିଜ କାରରେ ଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଗଣ୍ଡଗୋଳ ଏତେ ଉଗ୍ର ରୂପ ନେଇଥିଲା ଯେ, ରାଗରେ ଅଭିଯୁକ୍ତ ସୁମିତ ଭଗତ ହେମାନନ୍ଦ ବାଗଙ୍କୁ ତାଙ୍କ ଛୁରୀରେ ଭୁଷି ଦେଇଥିଲେ।

ତେବେ ସ୍ଥାନୀୟ ଲୋକେ ହେମାନନ୍ଦଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ନିସ୍ତୁକ ମାଡ଼ ମାରିବା ସହ ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ସମଲେଶ୍ୱରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି। ଝାରସୁଗୁଡ଼ା ଥାନାଧିକାରୀ ସାବିତ୍ରା ବଳ କହିଛନ୍ତି,ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିବା ବେଳେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଭିମସାର ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଘଟଣାର ତଦନ୍ତ ଚାଲିଛି।

 

Related Articles

Leave a Reply

Back to top button
error: Content is protected !!