?????

ରାଷ୍ଟ୍ରପତିଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ବିଜୟ ନାୟକ ନିଯୁକ୍ତ

ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ମହାମହିମ ଦ୍ରୌପଦୀ ମୁର୍ମୁ ୨୦୦୨ ମସିହାରେ ପରିବହନ, ବାଣିଜ୍ୟ ଏବଂ ମତ୍ସ୍ୟ ପଶୁ ପାଳନ ବିଭାଗର ମନ୍ତ୍ରୀ ଥିଲେ। ଏହି ସମୟରେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ସେହିପରି ମନମୋହନ ସାମଲ ରାଜସ୍ୱ ମନ୍ତ୍ରୀ ଥିବା ବେଳେ ବିଜୟ ନାୟଙ୍କ ତାଙ୍କର ସଚିବ ଥିଲେ।

ବିଜୟ ନାୟକ ଏକାଧାରରେ ଜଣେ ସାହିତ୍ୟ ପ୍ରତି ରୁଚି ରଖୁଥିବା ବ୍ୟକ୍ତିତ୍ୱ । ‘କାହାଣୀ’ ନାମକ ପତ୍ରିକାଟି ତାଙ୍କ ଦ୍ୱାରା ପରିଚାଳିତ । ଦୀର୍ଘ ୨୦ ବର୍ଷ ହେବ ସେ ଏହି ପତ୍ରିକା ସହିତ ଜଡିତ ରହିଛନ୍ତି।

ପୁରୀ ସାକ୍ଷାଗୋପାଳରେ ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ଏହି ବିଶ୍ୱବିଦ୍ୟାଳୟ ପାଇଁ ବିଜୟ ନାୟକ ଓଏସଡି (ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ନିଯୁକ୍ତ ହୋଇଛନ୍ତି। ଅବସର ନେବା ବେଳେ ସେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିଲେ।

ଚାକିରୀ କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ବିଜୟ ନାୟକ ଛାତ୍ର ନେତା ଥିଲେ। ସେ ବାଣୀବିହାର ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ  ଏବଂ ଭଦ୍ରକ କଲେଜ ଛାତ୍ର ସଂଘର ସଭାପତି ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗଣମାଧ୍ୟମ ସଚିବ ଭାବେ ବିଜୟ ନାୟକ ନିଯୁକ୍ତ ହେବା ପରେ ତାଙ୍କୁ ଅନେକ ଶୁଭେଚ୍ଛା ଆସିଛି।

Related Articles

Leave a Reply

Back to top button
error: Content is protected !!