5T ସ୍କୁଲ ଆଗରେ କୁଢ କୁଢ ଅଳିଆ, ପୌର ପରିଷଦ ସବୁଜାଣି ଚୁପ ?
ଝାରସୁଗୁଡା: ସ୍କୁଲକୁ ସବୁଜ ସୁନ୍ଦର ଏବଂ ଅତ୍ୟାଧୁନିକ କରିବାକୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା 5ଟି ବିଭିନ୍ନ ଉପାୟ ଆପଣାଉଛି। ହେଲେ ଜିଲ୍ଲା ପ୍ରଶାସନ ବୋଧହୁଏ ଏହାକୁ ସହିପାରୁନି । ଯାହାର ପରିଣାମ ଝାରସୁଗୁଡ଼ା ମଙ୍ଗଳବଜାର ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟର ଏହି ଚିତ୍ର । ଯେଉଁଠି 5ଟି ସ୍କୁଲ ଆଗରେ ଜମା ହୋଇଛି କୁଢ କୁଢ ଅଳିଆ। ଜିଲ୍ଲା ପ୍ରଶାସନ ଏହା ଦେଖି ନଦେଖିଲା ବୋଲି ଅଭିଯୋଗ ହୋଇଛି।
ତେବେ ସ୍କୁଲ ସମ୍ମୁଖରେ ଅଳିଆ ଗଦା ହୋଇଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମୁଖ୍ୟ ଫାଟକରେ ତାଲା ପକେଇଛନ୍ତି । ଏନେଇ ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ପୌରପରିଷଦ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। କିନ୍ତୁ ଏହାଦ୍ୱାରା ଛାତ୍ରଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରଧାନଶିକ୍ଷକ କହିଛନ୍ତି, ସ୍କୁଲ ସମ୍ମୁଖରେ କିଏ ଅଳିଆ ଜମା କରିଛନ୍ତି ଜଣାନାହିଁ। ପୌରପରିଷଦକୁ ଲିଖିତ ଭାବେ ଅବଗତ କରାଯାଇଛି। କିନ୍ତୁ କୌଣସି ସୁଫଳ ମିଳିନି। ତେଣୁ ସ୍କୁଲ ଫାଟକ ବନ୍ଦ କରିବାକୁ ବାଧ୍ୟ ହୋଇଛୁ।