?????

୨୦୧୩ ଚୁକ୍ତିଭିତ୍ତିକ ନିୟମରେ ଆସୁଥିବା ଶିକ୍ଷକଙ୍କୁ ନିୟମିତ କରିବାକୁ ଦାବି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ୨୦୦୪ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଯେଉଁ ଠିକା ତଥା ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କରିଥିଲେ ତାକୁ ଉଛ୍ଛେଦ କଲେ ନାହିଁ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଓଡ଼ିଶା ସରକାରୀ ହାଇସ୍କୁଲ୍‌ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୪ ମସିହାରେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଆରମ୍ଭ କରିଥିଲେ ଚୁକ୍ତିଭିତ୍ତିକ ନିଯୁକ୍ତି। ସରକାରୀ ହାଇସ୍କୁଲ୍ ଗୁଡିକରେ ଠିକା ଭିତ୍ତିରେ ଶିକ୍ଷକ/ଶିକ୍ଷୟିତ୍ରୀ ପଦବୀ ପୂରଣ କରିବା ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ। ମାସକୁ ମାତ୍ର ୨୫୦୦/୧୫୦୦ ଟଙ୍କା ୧୨ ମାସରୁ ୧୦ ମାସର ଦରମା ପାଇବା ଭଳି ନିୟମ ରଖି ବିଜ୍ଞାପନ ବାହାର କରାଗଲା। ଓଡିଶାର ଯୁବ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ମହଦୋୟଙ୍କ ଆହ୍ବାନକୁ ସ୍ବୀକାର କରି ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ହେଲେ ଏବଂ ଓଡିଶାର ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ ଭଳି କାର୍ଯ୍ୟ କଲେ।

ପରବର୍ତ୍ତୀ ସମୟରେ ୨୦୦୫, ୨୦୦୬ ଠାରୁ କ୍ରମାନ୍ବୟରେ ୨୦୨୨ ପର୍ଯ୍ୟନ୍ତ ଉକ୍ତ ଠିକା ନିଯୁକ୍ତି ଚାଲିଲା।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମସ୍ତେ ନିୟମିତ ହୋଇଥିଲେ। ହେଲେ ୬ ବର୍ଷର ଠିକା ଅବଧିକୁ ନିୟମିତ ଚାକିରି ରେ ମିଶାଇ ନାହାନ୍ତି ସରକାର। ଯାହାକୁ ନେଇ ଆପତ୍ତି ଉଠାଇ ଓଡ଼ିଶା ସରକାରୀ ହାଇସ୍କୁଲ୍‌ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ଓ ନୂତନ ପେନ୍‌ସନ୍‌ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ କରିଛନ୍ତି।

ଶିକ୍ଷକ ସଂଘ କହିଛି, ଠିକା ନିଯୁକ୍ତି ଉଛ୍ଛେଦ କରିବା ସହ ୬ ବର୍ଷର ଠିକା ସମୟ ଅବଧିକୁ ନିୟମିତ ଚାକିରିରେ NOTIONAL INCREMENT ଦେଇ ଯୋଗ କରିବା ପାଇଁ ଐତିହାସିକ ଘୋଷଣା କଲେ। କିନ୍ତୁ ଅତି ଦୁଃଖ ଓ ପରିତାପ ଏବଂ ଅସାମ୍ବିଧାନିକ କଥା ଯେ,ଉକ୍ତ ଘୋଷଣା କେବଳ ୨୦୧୩ ମସିହା ପରିବର୍ତ୍ତୀ ଠିକା ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ମାନେ ମତ ରଖୁଛନ୍ତି।

୨୦୦୪ ଠାରୁ ୨୦୧୩-୧୪ ମସିହା ପର୍ଯ୍ୟନ୍ତ ସ୍ବଳ୍ପ ଦରମାରେ ଖଟିଥିବା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ତଥା ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପାଇଁ ପ୍ରଯୁଜ୍ୟ ନୁହଁ ବୋଲି କହୁଛନ୍ତି।କିନ୍ତୁ ଆମେ ଏହି ମତ୍ତକୁ ସହଜରେ ଗ୍ରହଣ କରିପାରୁନାହୁଁ କାରଣ ଏହାଦ୍ୱାରା ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ ଓ ୨୦୧୩ ପରେ ନିଯୁକ୍ତି ପାଇଥିବା ଶିକ୍ଷକ ମଧ୍ୟରେ ବରିଷ୍ଠତା ଓ ଦରମା ନେଇ ଯେଉଁ ଅସଙ୍ଗତି ଦେଖାଦେବ ବୋଲି ସଂଘ ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଠିକା ଭିତ୍ତିରେ ୨୦୦୪ ମସିହା ଠାରୁ ଯେଉଁ ନିଯୁକ୍ତି ଦେଇଥିଲେ ସେମାନଙ୍କ କଥା ଭୁଲିଯିବା ଗ୍ରହଣୀୟ ନୁହେଁ।

୨୦୧୩ କଣ୍ଟ୍ରାଚୁଆଲ ନିୟମ ରେ ଯେଉଁମାନେ ଆସୁଛନ୍ତି ଯାହା ପାଇଁ ଏହି ନିୟମ ଲାଗୁ ସେମାନଙ୍କ ପାଇଁ ମଧ୍ୟ ସରକାର ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନେଉନାହାଁନ୍ତି ଯାହାଦ୍ୱାରା ହଜାର ହଜାର ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ହୋଇପାରୁନାହାଁନ୍ତି ଯାହାକି ଅନ୍ୟ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀମାନେ ନିୟମିତ ହୋଇସାରିଲେଣି ଯଦି ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ନକରନ୍ତି ତେବେ ସଙ୍ଗ ଖୁବ ଶୀଘ୍ର ଆନ୍ଦୋଳନ କରିବା ବୋଲି ସଙ୍ଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି।

ଏ ନେଇ ଆଜି ସଙ୍ଘର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିଥିଲେ। ସମସ୍ତ ବିଭାଗକୁ ଡାକି ଏକ ଉଚ୍ଚ ସ୍ତରୀୟ ବୈଠକ କରାଯିବ ଏହାପରେ ନିଷ୍ପତ୍ତି ହେବ ବୋଲି ମୁଖ୍ୟ ଶାସନ ସଚିବ କହିଥିବା ସୂଚନା ରହିଛି।

Related Articles

Leave a Reply

Back to top button
error: Content is protected !!